ଫିଲ୍ମ ଇଣ୍ଡଷ୍ଟ୍ରିରୁ ବିଦାୟ ନେଲେ ‘ବିଗ୍ ବସ୍’ ପ୍ରତିଯୋଗୀ ସନା ଖାନ୍ : ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଲେ ଏଭଳି କଥା… ସୋସିଆଲ ମିଡିଆରୁ ହଟାଇ ଦେଲେ ଫଟୋ ଓ ଭିଡିଓ

1,133

କନକ ବ୍ୟୁରୋ : ଫିଲ୍ମ ଇଣ୍ଡଷ୍ଟ୍ରିରୁ ବିଦାୟ ନେବେ ଟେଲିଭିଜନ ଅଭିନେତ୍ରୀ ତଥା ପୂର୍ବତନ ‘ବିଗ୍ ବସ୍’ ପ୍ରତିଯୋଗୀ ସନା ଖାନ୍ । ଏହାକୁ ନେଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରିଛନ୍ତି ସନା । ଗ୍ଲାମର ଦୁନିଆକୁ ବିଦାୟ ଦେବାର ନିଷ୍ପତ୍ତି ପଛରେ ଧାର୍ମିକ କାରଣ ଥିବା ସନା ଉଲ୍ଲେଖ କରିଛନ୍ତି ।

ସନା ତାଙ୍କ ପୋଷ୍ଟରେ କହିଛନ୍ତି ଯେ,  ମନୋରଞ୍ଜନ ଶିଳ୍ପ ତାଙ୍କୁ ‘ସମସ୍ତ ପ୍ରକାର ଖ୍ୟାତି, ସମ୍ମାନ ଏବଂ ଧନ’ ଦେଇଛି । କିନ୍ତୁ ସେ ହୃଦୟଙ୍ଗମ କରିଛନ୍ତି ଯେ ସେ ‘ଧନ ଏବଂ ଖ୍ୟାତି’ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ ନୁହେଁ । ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନଠାରୁ ସେ ‘ମାନବିକତାର ସେବା କରିବେ ଏବଂ ତାଙ୍କ ସୃଷ୍ଟିକର୍ତ୍ତାଙ୍କ ଆଦେଶ ପାଳନ କରିବେ’ । ସବୁଠାରୁ ବଡ କଥା ହେଉଛି କି, ସାନା ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ସୁଟ୍ ସମୟର ଅନେକ ଫଟୋ ଓ ଭିଡିଓ ଡିଲେଟ୍ ମଧ୍ୟ କରିଛନ୍ତି ।

୩୩ ବର୍ଷୀୟା ସନା ଖାନ ବିଭିନ୍ନ ଭାଷାରେ ୧୪ଟି ଫିଲ୍ମରେ ଅଭିନୟ କରିଛନ୍ତି । ଏଥି ସହିତ ୫୦ରୁ ଅଧିକ ବିଜ୍ଞାପନ ଚଳଚ୍ଚିତ୍ରରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି । ସନା ୨୦୦୫ରେ ସ୍ୱଳ୍ପ ବଜେଟରେ ନିର୍ମିତ ହିନ୍ଦୀ ଫିଲ୍ମ ‘ ୟେ ହେ ହାଇ ସୋସାଇଟି ‘ ଜରିଆରେ ନିଜ କଯାରିୟର ଆରମ୍ଭ କରିଥିଲେ । ପରେ ବଲିଉଡରେ ହାଲ୍ଲା ବୋଲ, ଜୟ ହୋ, ୱାଜା ତୁମ୍ ହୋ ଏବଂ ଟଏଲେଟ – ଏକ ପ୍ରେମ ଭଳି ଫିଲ୍ମରେ ନିଜ ଅଭିନୟର ଛାପ ଛାଡିଛନ୍ତି । କେବଳ ସେତିକି ନୁହେଁ, ରିଆଲିଟି ସୋ ଖତରୋନ କେ ଖୀଲାଡିରେ ମଧ୍ୟ ଭାଗ ନେଇଥିଲେ । ୨୦୧୨ ରେ ବିଗ୍ ବସର ଷଷ୍ଠ ସିଜନରେ ପ୍ରତିଯୋଗୀ ହୋଇଥିଲେ ଏବଂ ଫାଇନାଲିଷ୍ଟ ହୋଇଥିଲେ । କେବଳ ହିନ୍ଦୀ ଫିଲ୍ମ ନୁହେଁ ସନା ଖାନ ତାମିଲ ଓ ତେଲୁଗୁ ଚଳଚ୍ଚିତ୍ର ସିଲାମ୍ବାଟମ୍, ଥାମ୍ବିକ୍କୁ ଇନ୍ଦା ଓରୁ, ଶ୍ରୀ ନୋକାୟା ଏବଂ ଥାଲାଇଭାନ୍ ଭଳି ଫିଲ୍ମରେ ମଧ୍ୟ କାମ କରିଛନ୍ତି ।