ସହିପାରିଲେନି ପତ୍ନୀଙ୍କ ମୃତ୍ୟୁ ଦୁଃଖ । ୪ ପିଲାଙ୍କ ସହ ଆତ୍ମହତ୍ୟା କଲେ ସେନାଧିକାରୀ

287

କନକ ବ୍ୟୁରୋ: ବ୍ଲାକ୍ ଫଙ୍ଗସରେ ପତ୍ନୀଙ୍କ ମୃତ୍ୟୁକୁ ସହିପାରିଲେନି କର୍ଣ୍ଣାଟକ ବେଲଗାଭି ଜିଲ୍ଲାର ଜଣେ ପୂର୍ବତନ ସେନାଧିକାରୀ । ଏଥିରେ ମାନସିକ ଭାରସାମ୍ୟ ହରାଇ ନିଜ ୪ ପିଲାଙ୍କ ସହ ନିଜେ ଆତ୍ମହତ୍ୟା କରିଥିବା ଖବର ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ସୂଚନା ମୁତାବକ, କର୍ଣ୍ଣାଟକ ବେଲଗାଭି ଜିଲ୍ଲା ହୁଭେରି ଇଲାକାରେ ଘଟିଛି ଏହି ଅଭାବନୀୟ ଘଟଣା । ପରିବାରର ଗୃହକର୍ତ୍ତା ଗୋପାଳ ହତିମଣି (୪୬) ତାଙ୍କର ୪ଜଣ ସନ୍ତାନଙ୍କୁ ବିଷ ଦେବା ପରେ ନିଜେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ପରଦିନ ସକାଳୁ ପରିବାରର କୌଣସି ବ୍ୟକ୍ତି ଡେରି ଯାଏଁ ନଉଠିବାରୁ ପଡୋଶୀ ପୋଲିସକୁ ଜଣାଇଥିଲେ । ପୋଲିସ ପହଞ୍ଚି ୫ଜଣଙ୍କ ମୃତଦେହ ଉଦ୍ଧାର କରିଛି । ପଡୋଶୀଙ୍କ କହିବା ଅନୁସାରେ , ଗତ ଜୁଲାଇ ମାସରେ କୋଭିଡ ସଂକ୍ରମଣ ହେବା ପରେ ଗୋପାଳଙ୍କ ପତ୍ନୀ ବ୍ଲାକ୍ ଫଙ୍ଗସରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ । ସେବେଠୋରୁ ପରିବାରର ଅନ୍ୟ ସଦସ୍ୟମାନେ ଭାଙ୍ଗିପଡିଥିଲେ । ଯାହା ଫଳରେ ସେମାନେ ଏପରି ପଦକ୍ଷେପ ନେଇଥିଲେ ।