ଭାରତୀୟ ସେନାରେ ରହିଲେ ୩୦ ବର୍ଷ ! ଏବେ ପୋଲିସ କହୁଛି ବାଲାଂଦେଶୀ

54

ଦେଶ ପାଇଁ ସେବା କରି ଅନେକ ଲୋକ ପୁରସ୍କୃତ ହୋଇଥିବାର କଥା ଆପଣ ଶୁଣିଥିବେ । କାହାକୁ ପଦ୍ମ ଭୂଷଣ ତ ପୁଣି କାହାକୁ ପଦ୍ମ ବିଭୂଷଣ ଭଳି ମର୍ଯ୍ୟାଦାଜନକ ଉପାଧିରେ ଭୂଷିତ କରାଯାଇଥାଏ । କିନ୍ତୁ ଆସାମରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ଦୀର୍ଘ ୩୦ ବର୍ଷ ଧରି ସେନାରେ ରହି ଭାରତକୁ ସେବା ଯୋଗାଇ ଆସୁଥିବା ବ୍ୟକ୍ତିଙ୍କୁ ମିଳିଛି ବାଲାଂଦେଶ ନାଗରିକର ଷ୍ଟାମ୍ପ । କୁହାଯାଏ ସେନା ହେଉଛି ଦେଶର ଗୌରବ । କିନ୍ତୁ ସେହି ସେନାରେ ରହି ୩୦ ବର୍ଷ କାର୍ଯ୍ୟ କରିବା ପରେ ବାଲାଂଦେଶୀ ନାଗରିକର ପରିଚୟ ପାଇବା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ।

army-india-22ଆସାମର ମହମ୍ମଦ ଅଜମଲ ହକ୍ । ଦୀର୍ଘ ୩୦ ବର୍ଷ ଧରି ସେନାରେ ରହି ଭାରତମାତାର ସେବା କରିବା ପରେ ମିଳିଛି ଭିନ୍ନ ଏକ ପରିଚୟ । ବାଲାଂଦେଶର ନାଗରିକ କହି ତାଙ୍କ ନାମରେ କେସ୍ ରୁଜୁ କରାଯାଇଛି । ଅବୈଧ ଭାବେ ଭାରତରେ ରହିଥିବାରୁ ତାଙ୍କ ନାମରେ ଏପରି କେସ୍ ରୁଜୁ ହୋଇଛି । ଏହି କେସର ଶୁଣାଣି ବିଦେଶୀ ଟ୍ରାଇବ୍ୟୁନାଲରେ ଅକ୍ଟୋବରରେ ହେବାକୁ ଯାଉଛି ।

ଏହି ଘଟଣା ପରେ ମହମ୍ମଦ କହିଛନ୍ତି ଯଦି ସେ ବାଲାଂଦେଶୀ ନାଗରିକ ତେବେ କିପରି ଭାବେ ଦୀର୍ଘ ୩୦ ବର୍ଷ ଧରି ଭାରତୀୟ ସେନାରେ ସେବା ଦେଉଥିଲେ । ୩୦ ବର୍ଷ ଧରି ଭାରତ ମାତାର ସେବା କରିବା ପରେ ମୋତେ ଏଭଳି ଭାବେ ପୁରସ୍କୃତ କରାଯାଇଛି । କେବଳ ମୁଁ ନୁହେଁ ପୂର୍ବରୁ ମୋ ସ୍ତ୍ରୀଙ୍କୁ ମଧ୍ୟ ଏଭଳି ଭାବେ ହଇରାଣ କରାଯାଇଛି । ତିନି ବର୍ଷ ପୂର୍ବେ ତାଙ୍କ ପତ୍ନୀଙ୍କ ଉପରେ ମଧ୍ୟ ସମାନ ଆରୋପ ଲାଗିଥିଲା । ଏ ନେଇ ତାଙ୍କ ପତ୍ନୀଙ୍କ ନିକଟକୁ ମଧ୍ୟ ନୋଟିସ ପଠାଯାଇଥିଲା । ତେବେ ଯାଞ୍ଚ ପରେ ଏହି ଆରୋପ ଭୂଲ ପ୍ରମାଣିତ ହୋଇଥିଲା । ପୁଣିଥରେ ତାଙ୍କ ସହ ଏପରି ହୋଇଛି । ଏଭଳି କରି ତାଙ୍କୁ ମାନସିକ ସ୍ତରରେ ଦୁର୍ବଳ କରାଯାଉଛି ।