ଦେଶସେବାରୁ ଜନସେବା । ରାଜନୀତି ମୈଦାନରେ ଅବସରପ୍ରାପ୍ତ ଯବାନ । ଦେଶମାତୃକାର ସେବା କଲେ, ଏବେ ଜନ୍ମମାଟିରେ ସେବାର ସମୟ...

Advertisment
ଦେଶସେବାରୁ ଜନସେବା । ରାଜନୀତି ମୈଦାନରେ ଅବସରପ୍ରାପ୍ତ ଯବାନ । ଦେଶମାତୃକାର ସେବା କଲେ, ଏବେ ଜନ୍ମମାଟିରେ ସେବାର ସମୟ...

କନକ ବ୍ୟୁରୋ: ଦେଶମାତୃକାର ସେବା କଲେ, ଏବେ ଜନ୍ମମାଟିରେ ସେବା କରିବାର ସମୟ । ଦିନେ ସୀମାରେ ଶତ୍ରୁ ସହ ଲଢେଇ କରି ଭାରତ ମାତାର ସେବା କରୁଥିଲେ, ଦେଶକୁ ସୁରକ୍ଷା ଦେଉଥିଲେ । ଏବେ ନିଜ ଅଞ୍ଚଳର ସେବା କରିବାକୁ ଅଣ୍ଟା ଭିଡିଛନ୍ତି ଜଣେ ଅବସରପ୍ରାପ୍ତ ସୈନିକ । ଆଉ ରାଜନୀତିରେ ପାଦଦେଇ ସାଜିଛନ୍ତି ସରପଞ୍ଚ ପ୍ରାର୍ଥୀ ।

ପଞ୍ଚାୟତ ମୈଦାନରେ ଭିନ୍ନ ଭିନ୍ନ ପ୍ରାର୍ଥୀଙ୍କୁ ନେଇ ସବୁଦିନ ଭିନ୍ନ ଭିନ୍ନ ଖବର ଆସୁଥିବା ବେଳେ ନିଆରା ନେତାଙ୍କ କାହାଣୀ ନିଇତି ଗଣମାଧ୍ୟମର ହଡେଲାଇନ୍ ବନୁଥିବା ବେଳେ ଆଜି ଆମେ ଦେଶର ଜଣେ ବୀର ଯବାନଙ୍କ କଥା କହିବୁ ଯିଏ ଦେଶର ସେବା ସାରି ଏବେ ଜନସେବାରେ ମନ ବଳାଇଛନ୍ତି । ମାନେ ଦେଶର ସୁରକ୍ଷାରେ ଥିହା ସୈନିକ ଏବେ ସରପଞ୍ଚ ପ୍ରାର୍ଥୀ ଭାବେ ଛିଡା ହୋଇ ପଞ୍ଚାୟତ ମୈଦାନରେ ଲଢେଇ କରୁଛନ୍ତି ।

ତେବେ କେନ୍ଦ୍ରାପଡା ମହାକାଳପଡା ନିର୍ବାଚନ ମଣ୍ଡଳୀ ମାର୍ଶାଘାଈ ବ୍ଲକ ଦଶିପୁର ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥି ଭାବରେ ନିର୍ବାଚନ ଲଢୁଛନ୍ତି ସାମରିକ ବାହିନିରୁ ଅବସର ଗ୍ରହଣ କରିଥିବା ଯବାନ ବ୍ରହ୍ମାନନ୍ଦ ଜେନା । ସୀମାରେ ଶତ୍ରୁଙ୍କ ସହିତ ଘମାଘୋଟ ଲଢେଇ କରି ଦେଶକୁ ପ୍ରତି ବିପଦରୁ ରକ୍ଷା କରୁଥିବା ଯୁବକ ଏବେ ଲୋକଙ୍କ ସୁଖ ଦୁଃଖର ସାଥୀ ହେବା ସହ ସେବା କରିବାର ସୁଯୋଗଟିଏ ଖୋଜୁଛନ୍ତି ।

୨୦ ବର୍ଷ ଧରି ଦେଶର ନିରନ୍ତର ସେବା କରିବା ପରେ ଏବେ ଲୋକଙ୍କ ସହ ସିଧାସଳଖ ଯୋଡି ହେବା ପାଇଁ, ପ୍ରତ୍ୟେକ୍ଷ ଭାବରେ ସେବା କରିବା ପାଇଁ ଏବଂ ନିଜ ଅଞ୍ଚଳର ବିକାଶ କରିବା ପାଇଁ ରାଜନୀତିକୁ ଆସିଛନ୍ତି ସୀମାନେ ବନ୍ଧୁକ ଧରୁଥିବା ସୈନିକ । ଆଉ ସରପଞ୍ଚ ପ୍ରାର୍ଥୀ ଭାବେ ଲୋକଙ୍କ ସହଯୋଗ ଲୋଡୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe