ପୁଣି ଅଲୋଡା ଶିଶୁ କନ୍ୟା ! ବଣାଇ ବିଷ୍ଣୁଡିହି ଗାଁରୁ ମାଟି ତଳୁ ଦିନକର ଶିଶୁ କନ୍ୟା ଉଦ୍ଧାର, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

37

କନକ ବ୍ୟୁରୋ: ପୁଣି ଅଲୋଡା ଶିଶୁ କନ୍ୟା । ମାଟି ତଳୁ ଶିଶୁ କନ୍ୟା ଉଦ୍ଧାର । ନାଳ ନିକଟରେ ମାଟି ତଳେ ପୋତାଯାଇଥିବା ଦିନକର ଛୁଆକୁ ଉଦ୍ଧାର କରାଯାଇଛି । ବଣାଇ ଟିକାୟତପାଲ୍ଲୀ ଥାନା ବିଷ୍ଣୁଡିହି ଗାଁର ଏହି ଘଟଣା ଘଟିଛି । ଶିଶୁ କନ୍ୟାଟି ଗୁରୁତର ଥିବା ବେଳେ ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି କେତେକ ଲୋକେ ସାନଝରଣ ନାଳ ଦେଇ ଯାଉଥିବା ବେଳେ ଏକ ଶିଶୁର କୁଆଁ କୁଆଁ କାନ୍ଦ ଶୁଣିବାକୁ ପାଇଥିଲେ । ସଙ୍ଗେସଙ୍ଗେ ଲୋକେ ସେଠାରେ ପହଞ୍ଚି ଯାହା ଦେଖିଥିଲେ ସେଥିରେ ସେମାନଙ୍କର ଆଶ୍ଚର୍ୟ୍ୟର ସୀମା ରହି ନ ଥିଲା । କେହି ଜଣେ ଏକ ନବଜାତ ଶୁଶୁକୁ ବାଲିରେ ଶରୀରର ଅର୍ଦ୍ଧାଧିକ ପୋତି ଦେଇ ଚାଲି ଯାଇଥିବା ଦେଖିବାକୁ ମିଳିଥିଲା । ଆଜି ଭୋରରୁ କେହି ଏପରି କାଣ୍ଡ କରିଥିବା ସନ୍ଦେହ କରାଯାଉଛି। ତେବେ ଲୋକେ ବାଲି ଖୋଲି ଶିଶୁଟିକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି ।