ଏମିସନ ଆନାଲିଟିକ୍ସର ରିପୋର୍ଟ । ପେଟ୍ରୋଲ, ଡିଜେଲ ଗାଡି ଅପେକ୍ଷା ଇଲେକ୍ଟିକ ଗାଡିରୁ ଅଧିକ ବାହାରୁଛି ପ୍ରଦୂଷଣ କଣିକା

ଏମିସନ ଆନାଲିଟିକ୍ସର ରିପୋର୍ଟ । ପେଟ୍ରୋଲ, ଡିଜେଲ ଗାଡି ଅପେକ୍ଷା ଇଲେକ୍ଟିକ ଗାଡିରୁ ଅଧିକ ବାହାରୁଛି ପ୍ରଦୂଷଣ କଣିକା

କନକ ବ୍ୟୁରୋ : ଜଳବାୟୁ ପରିବର୍ତନ ପାଇଁ ପେଟ୍ରୋଲ, ଡିଜେଲ ଗାଡି ପରିବେର୍ତ ବିତ୍ୟୁତ୍ ଚାଳିତ ଇଲେକ୍ଟିକ ଗାଡି ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି । କିନ୍ତୁ ପେଟ୍ରୋଲ, ଡିଜେଲ ଗାଡି ପରିବେର୍ତ ଇଲେକ୍ଟିକ ଗାଡି(ଇଭି)ରୁ ଅଧିକ ପ୍ରଦୂଷଣ କଣିକା ବାହାରୁଛି । ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଇଂଲଣ୍ଡର ଏମିସନ ଆନାଲିଟିକ୍ସ ନାମକ ଏକ ଫାର୍ମ ପ୍ରଦୂଷଣ ନେଇ ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟରେ କୁହାଯାଇଛି, ପେଟ୍ରୋଲ, ଗ୍ୟାସ ଚାଳିତ ନୂଆ ଗାଡି ଅପେକ୍ଷା ଇଭିର ବ୍ରେକ ଏବଂ ଟାୟାରରୁ ଅଧିକ ପ୍ରଦୂଷଣ ନିର୍ଗତ ହେଉଛି । ଅନ୍ୟ ଗାଡି ଅପେକ୍ଷା ଇଭିର ବ୍ରେକ ଏବଂ ଟାୟାରରୁ ୧୮ ଶହ ୫୦ ଗୁଣା ଅଧିକ ପ୍ରଦୂଷଣ କଣିକା ବାହାରୁଛି । ଇଭି ଗାଡିର ବ୍ୟାଟେରିର ଓଜନ ଅଧିକ ରହୁଥିବାରୁ ବ୍ରେକ ମାରିଲେ ସେଥିରୁ ଅଧିକ ପ୍ରଦୂଷଣ ବାହାରୁଛି । ଇଭିର ବ୍ୟାଟେରି ପାଇଁ ୪୦୦ ଗୁଣା ଅଧିକ ଟାୟର ନଷ୍ଟ ହେଉଛି । ଇଲେକ୍ଟ୍ରିକ ଗାଡିର ଟାୟାର ଅଶୋଦ୍ଧିତ ତେଲରୁ ପ୍ରସ୍ତୁତ ସିନ୍ଥେଟିକ ରବରରୁ ତିଆରି କରାଯାଉଥିବାରୁ ସେଥିରୁ ହାନିକାରକ କେମିକାଲ ବାହାରି ବାୟୁମଣ୍ଡଳକୁ ପ୍ରଦୂଷିତ କରୁଥିବା ରିପୋର୍ଟରେ ପ୍ରକାଶ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe