କନକ ବ୍ୟୁରୋ: ଦୀପାଳି ଦାସଙ୍କ ଆବେଦନ ଗ୍ରହଣ କଲେ ନିର୍ବାଚନ କମିଶନ୍ । ପୁଣିଥରେ ଯାଞ୍ଚ ହେବ ଇଭିଏମ୍ । ୧୩ଟି ବୁଥ୍ରେ ଇଭିଏମ୍ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟ ନିର୍ବାଚନ କମିଶନ୍ ।
୨୦୨୪ ସାଧାରଣ ନିର୍ବାଚନରେ ଝାରସୁଗୁଡା ବିଧାନସଭା ଆସନରୁ ବିଜେଡି ଟିକେଟରୁ ଲଢିଥିଲେ ପୂର୍ବତନ ବିଧାୟିକା ଦୀପାଳି ଦାସ । ବିଜେପିର ଟଙ୍କଧର ତ୍ରିପାଠୀଙ୍କ ଠାରୁ ମାତ୍ର ୧୩୩୩ ଭୋଟରେ ପରାସ୍ତ ହୋଇଥିଲେ ଦୀପାଳି । ଏହାକୁ ନେଇ ସେ ଅସନ୍ତୁଷ୍ଟ ଥିବା ସହ ପୁନଃ ଗଣତି ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ କରିଥିଲେ । ଯାହାକୁ ଗ୍ରହଣ କରି ନେଇଛନ୍ତି ନିର୍ବାଚନ କମିଶନ୍ । ଝାରସୁଗୁଡାର ୧୩ଟି ବୁଥ୍ର ଇଭିଏମ୍ ଯାଞ୍ଚ ନେଇ ନିର୍ଦ୍ଦେଶ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/06/21-16.jpg)