ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । କଡା ସୁରକ୍ଷା ବ୍ୟବସ୍ଥା ଭିତରେ ଭୁବନେଶ୍ୱର, କଟକରେ ଷ୍ଟ୍ରଙ୍ଗ ରୁମରୁ ବୁଥକୁ ଗଲା ଇଭିଏମ ।

68

କନକ ବ୍ୟୁରୋ: ଷ୍ଟ୍ରଙ୍ଗ ରୁମରୁ ବୁଥକୁ ଯାଉଛି ଇଭିଏମ୍ । ଭୁବନେଶ୍ୱର, କଟକ, ସମ୍ବଲପୁର ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ପାଇଁ ଷ୍ଟ୍ରଙ୍ଗ ରୁମରୁ ଇଭିଏମ୍ ନେଇ ପୁଲିଂ ବୁଥ୍ ଅଭିମୁଖେ ଯାଉଛନ୍ତି ନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀ ଓ ଅଧିକାରୀ । ଇଭିଏମକୁ ଯାଞ୍ଜ କରି ନିଜ ନିଜ ବୁଥକୁ ନେଉଛନ୍ତି । ବିଜେବି କଲେଜ ଷ୍ଟ୍ରଙ୍ଗରୁମ୍ରୁ ଗତକାଲି ଜୟଦେବ ଓ ଜଟଣୀ ନିର୍ବାଚନ ମଣ୍ଡଳୀର କିଛି ବୁଥକୁ ଏମଭିଏମ ଯାଇ ସରିଛି । ଆଜି ଗୋଟାଏ ଭିତରେ ସବୁ ବୁଥକୁ ଇଭିଏମ ପଠାଯିବ । ରାଜଧାନୀରେ ୫ ଟି ନିର୍ବାଚନ ମଣ୍ଡଳୀରେ ମୋଟ ୪୮୮ ଟି ସ୍ଥାନ ରେ ୧୧୩୨ ଟି ପୁଲିଂ ବୁଥ ରହିଛି । ସେହିଭଳି ଇଭିଏମ୍ ନେଇ କଟକ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳିର ବୁଥ୍ରୁ ଯାଉଛନ୍ତି ନିର୍ବାଚନ କର୍ମଚାରୀ । କଟକ ପାଇଁ ରେଭେନ୍ସାରେ ଷ୍ଟ୍ରଙ୍ଗ ରୁମ୍ କରାଯାଇଛି ।