ବୁଥରେ ନୁହେଁ ହୋଟଲରୁ ମିଳିଲା ଇଭିଏମ ମେସିନ । ନିର୍ବାଚନ ଅଧିକାରୀଙ୍କୁ ନୋଟିସ

1,364

ବୁଥରେ ନୁହେଁ ହୋଟେଲରୁ ମିଳିଲା ଇିଭିଏମ ମେସିନ । ବିହାରରୁ ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ପଞ୍ଚମ ପର୍ଯ୍ୟାୟରେ ବିହାରର ମୁଜଫରନଗର ଲୋକସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେଉଥିବା ବେଳେ ସ୍ଥାନୀୟ ହୋଟେଲରୁ ଇିଭିଏମ ମିଳିବା ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ହୋଟେଲରେ ଇଭିଏମ ମେସିନ ଥିବା ଖବର ମିଳିବା ପରେ ଲୋକମାନେ ହଙ୍ଗାମା ଆରମ୍ଭ କରିଛନ୍ତି । ସବୁଠୁ ବଡ କଥା ହେଲା. ଯେଉଁ ଅଧିକାରୀଙ୍କ ପାଖରୁ ଇଭିଏମ ଜବତ କରାଯାଇଛି ସେ ଇଭିଏମ ସଂରକ୍ଷକ ତଥା ସେକ୍ଟର ମାଜିଷ୍ଟ୍ରେଟ ରହିଛନ୍ତି ।

ସେକ୍ଟର ମାଜିଷ୍ଟ୍ରେଟ ଅବେଦଶ କୁମାର ନିଜ ପ୍ରତିକ୍ରିୟାରେ କହିଛନ୍ତି, ତାଙ୍କ ଟିମ୍ ଅତିରିକ୍ତ ୪ ଇଭିଏମ ମେସିନ ସାଥୀରେ ଆଣିଥିଲେ । ଯଦି ପୋଲିଂ ବୁଥରେ କୌଣସି ଇଭିଏମ ଖରାପ ହୋଇଯାଏ ତେବେ ସଙ୍ଗେ ସଙ୍ଗେ ତାହାକୁ ବଦଳାଯାଇପାରିବ । ତେବେ ହୋଟେଲରେ ଇଭିଏମ ମେସିନ ଥିବା ଜାଣିବା ପରେ କାଳେ ସେକ୍ଟର ମାଜିଷ୍ଟ୍ରେଟ ଇଭିଏମରେ କୌଣସି ଟ୍ୟାମ୍ପରି କରିବେ ତାହାର ଆଶଙ୍କା କରି ଲୋକମାନେ ହଙ୍ଗାମା କରିଛନ୍ତି ।

ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଏସଡିଓ ପହଞ୍ଚିବା ସହ ୪ଟି ଇଭିଏମ ମେଶିନ ଜବତ କରିଥିଲେ । ଏହାସହ ମୁଜଫରନଗର ଜିଲ୍ଲାପାଳ ଅବଦେଶ କୁମାରଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନୋଟିସ ଜାରି କରିଛନ୍ତି । ଏପରିକି ପୂୂରା ଘଟଣାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିଭଳି ଇଭିଏମ ମେସିନ ହୋଟେଲରେ ପହଞ୍ଚିଲା ତାହାକୁ ନେଇ ଯାଞ୍ଚ କରାଯିବ ।