କନକ ବ୍ୟୁରୋ : ଆସାମରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପରେ ଇଭିଏମ୍ ମେସିନକୁ ନେଇ ସୃଷ୍ଟି ହୋଇଛି ବିବାଦ । ଏହାକୁ ନେଇ ନିର୍ବାଚନ କମିଶନଙ୍କୁ ଟୁଇଟ୍ କରି ଅଭିଯୋଗ କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି । ଆସାମର କରିମଗଂଜ ଅଂଚଳରେ କାରରୁ ମିଳିଲା ଇଭିଏମ୍ । ଗତକାଲି ଆସାମରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସରିଥିଲା । ଏଠାରେ ପ୍ରାୟ ୭୬ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ଇସି ସୂଚନା ଦେଇଛନ୍ତି ।

Advertisment

ଏପରି ସ୍ଥିତିରେ ଏବେ ସୋସିଆଲ୍ ମିଡିଆରେ କରିମଗଂଜରେ କାର ଭିତରେ ଇଭିଏମ୍ ଯାଉଥିବା ଭିଡିଓ ଭାଇରାଲ ହୋଇଛି । ଏହି ଘଟଣାକୁ ନେଇ ନିର୍ବାଚନ ଅଧିକାରୀଙ୍କ ଠାରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି ନିର୍ବାଚନ ଆୟୋଗ । ସେପଟେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଆସାମରେ ସମସ୍ତ ରାଜନୈତିକ ଦଳ ଗୁଡିକୁ ସମସ୍ତ ଇଭିଏମର ପୁନଃଗଣନା ପାଇଁ ଦାବି କରିଛନ୍ତି । ପ୍ରାଥମିକ ଯାଂଚରୁ ଜଣାପଡିଛି ଇଭିଏମ୍ ଥିବା କାର ଟି ଆସାମର ପଥରକଂଡି ଆସନର ବିଜେପି ପ୍ରାର୍ଥୀ କୃଷ୍ଣେନ୍ଦୁ ପାଲଙ୍କର ।

ଲୋକଙ୍କ ଅଭିଯୋଗ ପରେ ଯେତେବେଳେ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀ ସେହି କାର ନିକଟରେ ପହଁଚିଥିଲେ, ନିର୍ବାଚନ ଆୟୋଗର କୌଣସି କର୍ମଚାରୀ ସେହି ଠାରେ ନଥିଲେ । ଏହା ପରେ ନିର୍ବାଚନ ଦାୟିତ୍ୱରେ ଥିବା ଜିଲ୍ଲା ମାଜି ଷ୍ଟ୍ରେଟଙ୍କୁ ରିପୋର୍ଟ ମାଗିଛନ୍ତି ନିର୍ବାଚନ ଆୟୋଗ ।