ସୁନ୍ଦରଗଡରେ ଇଭିଏମରେ ଗଡବଡ! ଗୋଟିଏ ଚିହ୍ନରେ ଭୋଟ ଦେଲେ ଅନ୍ୟଟିକୁ ଚାଲିଯାଉଥିବା ଅଭିଯୋଗ, ଭୋଟରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

Advertisment
ସୁନ୍ଦରଗଡରେ ଇଭିଏମରେ ଗଡବଡ! ଗୋଟିଏ ଚିହ୍ନରେ ଭୋଟ ଦେଲେ ଅନ୍ୟଟିକୁ ଚାଲିଯାଉଥିବା ଅଭିଯୋଗ, ଭୋଟରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

କନକ ବ୍ୟୁରୋ: ଆଜି ସକାଳ ୭ଟାରୁ ରାଜ୍ୟର ୫ଟି ଲୋକସଭା ଏବଂ ୩୫ଟି ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଥିବା ବେଳେ ଇଭିଏମକୁ ନେଇ ସୁନ୍ଦରଗଡରୁ ଅନିୟମିତତା ଅଭିଯୋଗ ଆସିଛି। ଜିଲ୍ଲାର କୋପସଂହା ୧୭୧ନଂ ବୁଥରେ ଇଭିଏମ ମେସିନରେ ଗଡ଼ବଡ଼ ଥିବା ଅଭିଯୋଗ ହୋଇଛି। ତେବେ ଗୋଟିଏ ଚିହ୍ନରେ ଭୋଟ୍ ଦେଲେ ତାହା ଅନ୍ୟ ଚିହ୍ନକୁ ଚାଲିଯାଉଥିବା ନେଇ ଅଭିଯୋଗ କରିଛନ୍ତି ଭୋଟର। ତେବେ ଇଭିଏମରେ ଅନିୟମିତତା ନେଇ ଭୋଟରଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି ।

publive-image

ଅନ୍ୟପକ୍ଷରେ ନିର୍ବାଚନ ହେଉଥିବା ରାଜ୍ୟର ଅନେକ ସ୍ଥାନରେ ଇଭିଏମ କାମ କରୁନଥିବା ଖବର ସାମ୍ନାକୁ ଆସିଛି ।ଇଭିଏମରେ ତ୍ରୁଟି ଦେଖା ଦେଇଥିବାରୁ ମତଦାନରେ ବିଳମ୍ବ ଦେଖା ଦେଇଛି। ଫୁଲବାଣୀର ବୁଥ୍ ନମ୍ବର ୧୧୩ ଓ ୧୦୧ରେ ଇଭିଏମ୍ କାମ କରୁ ନ ଥିବା ଖବର ମିଳିଛି। କଣ୍ଟାବାଞ୍ଝିର ବୁଥ୍ ନମ୍ବର ୬୭ରେ ଇଭିଏମ୍ ଅଚଳ ହୋଇଯିବାରୁ ଟିଟିଲାଗଡ଼ରୁ ଆଉ ଗୋଟିଏ ଇଭିଏମ୍ ଆସିବା ପରେ ଭୋଟ୍ ଗ୍ରହଣ କରାଯିବା ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଲୋକେ ଭୋଟ୍ ଦେବା ପାଇଁ ବୁଥ୍ ବାହାରେ ଧୈର‌୍ୟ୍ୟର ସହ ଅପେକ୍ଷା କରିଛନ୍ତି।

publive-image

ବଲାଙ୍ଗିରର ଲୋଇସିଂହା ଅନ୍ତର୍ଗତ କୁରୁଲ ଗାଁ’ର ୨୭୮ ନମ୍ବର ଓ ଆଗଲପୁର ଗାଁ’ର ୫୧ ନମ୍ବର ବୁଥରେ ଇଭିଏମ୍ ଅକାମି ହୋଇଯିବାରୁ ମତଦାତାମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୁନ୍ଦରଗଡ଼ର ବୁଥ୍ ନମ୍ବର ୧୭୧ ଏବଂ ତଳସରାର ୨୦୬ ନମ୍ବର ବୁଥରେ ଇଭିଏମ୍ କାମ କରୁ ନ ଥିବାରୁ ଭୋଟ୍ ଗ୍ରହଣରେ ବିଳମ୍ବ ପରିଲକ୍ଷିତ ହୋଇଛି। ବଣାଇର କେନ୍ଦୁଡ଼ିହି, ଫକିରମୁଣ୍ଡା, ଛିଡ଼ାକୁଦ, ଉ. ସୁକୁଳା ଓ ଖଲସାଘାଟରେ ମଧ୍ୟ ଇଭିଏମ୍ କାମ କରୁ ନ ଥିବାରୁ ଭୋଟ୍ ଗ୍ରହଣ କରାଯାଉ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe