କେନ୍ଦୁଝର ଇଭିଏମ ଷ୍ଟ୍ରଙ୍ଗରୁମ ନିକଟରୁ ସନ୍ଦିଗ୍ଧ ଯୁବକକୁ କାବୁ କଲେ ବିଜେପି କର୍ମୀ । ବିଳମ୍ବିତ ରାତିରେ ସନ୍ଦିଗ୍ଧଙ୍କୁ ପୋଲିସର ଦେଲେ ଜିମା, ଇଭିଏମ ଟାମ୍ପରିଙ୍ଗ୍ ପାଇଁ ଆସିଥିବା ଅଭିଯୋଗ

ଷ୍ଟ୍ରଙ୍ଗରୁମ ସାମନାରେ ସନ୍ଦିଗ୍ଧ ଯୁବକ

360

କନକ ବ୍ୟୁରୋ : ଷ୍ଟ୍ରଙ୍ଗରୁମ ସାମନାରେ ସନ୍ଦିଗ୍ଧ ଯୁବକ । କେନ୍ଦୁଝର ମାଇନିଂ ଇଞ୍ଜିନିୟରିଂ ସ୍କୁଲ ସ୍ଥିତ ଇଭିଏମ ଷ୍ଟ୍ରଙ୍ଗରୁମ ସାମାନାରୁ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବାବେଳେ ଯୁବକଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି ବିଜେପି କର୍ମୀ । ସେହି ଯୁବକ ଜଣକ ନିଜକୁ ଜଣେ ସଫ୍ଟୱେର ଇଞ୍ଜିନିୟର ବୋଲି ପରିଚୟ ଦେଉଛନ୍ତି । ଇଭିଏମ ଟାମ୍ପରିଙ୍ଗ୍ ପାଇଁ ଏହି ଯୁବକ ଆସିଥିଲେ ଅଭିଯୋଗ କରିଛନ୍ତି ବିଜେପି କର୍ମୀ । ସୂଚନା ଅନୁଯାୟୀ ଏହି ଷ୍ଟ୍ରଙ୍ଗରୁମରେ କେନ୍ଦୁଝର ସଦର ଓ ତେଲକୋଇ ନିର୍ବାଚନମଣ୍ଡଳିରେ ବ୍ୟବହୃତ ଇଭିଏମ ରଖାଯାଇଛି ।

ତେବେ ମିଳିଥିବା ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଏକ କଳାରଙ୍ଗର ବୋଲେରୋ ସୁରକ୍ଷାକୁ ଭେଦ କରି ଷ୍ଟ୍ରଙ୍ଗ ରୁମ ନିକଟରେ ପହଞ୍ଚିଥିଲେ ଯୁବକ ଜଣକ । ଯାହାକୁ ନେଇ ବିଜେପି କର୍ମୀଙ୍କ ମନରେ ସନ୍ଦେହ ଉପୁଜିଥିଲ । ଘଟଣାସ୍ଥଳରୁ ୩ ଯୁବକ ପୋଲିସ ନିଜ ହେପାଜତକୁ ନେଇଥିବା ସୂଚନା ମିଳିଛି । ତେବେ ସୁରକ୍ଷାବଳକୁ ଭେଦ କରି କିପରି ସେହି ଅଂଚଳକୁ ଗାଡି ପ୍ରବେଶ କଲା ତାହା ଉପରେ ମଧ୍ୟ ତଦନ୍ତ ହେଉଥିବା ଜଣାପଡିଛି ।