ଆସୁଛି ‘ଫୋନି’ ବଢୁଛି ଇଭିଏମ୍ ସୁରକ୍ଷା ଚିନ୍ତା ! କେଉଁ କେଉଁ ସ୍ଥାନରୁ ଇଭିଏମକୁ ସ୍ଥାନାନ୍ତର କରାଯିବ ଇସିଆଇଙ୍କୁ ଅବଗତ କରାଇଲେ ସିଇଓ, ଆଦେଶକୁ ଅପେକ୍ଷା ।
କନକ ବ୍ୟୁରୋ: ଓଡ଼ିଶା ମୁହାଁ ସାମୁଦ୍ରିକ ଝଡ଼ ‘ଫୋନି’ ବେଳେ ଇଭିଏମରେ ସୁରକ୍ଷା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦ୍ଖଳ ସମ୍ମିଳନୀ । କିଭଳି ସୁରକ୍ଷିତ ରଖାଯିବ ଇଭିଏମ ସେନେଇ ସିଇଓ କହିଛନ୍ତି ଯେ, ବାତ୍ୟା ପ୍ରଭାବିତ ଥିବା ଜିଲ୍ଲା ଗୁଡ଼ିର କିଛି ସ୍ଥାନରେ ଇଭିଏମକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତାବ ଆସିଛି । ଏନେଇ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଛି । କମିଶନଙ୍କ ନିର୍ଦ୍ଦେଶ ଆସିବା ପରେ ପଦକ୍ଷେପ ନିଆଯିବ । କିଛି ସ୍ଥାନରେ ଇଭିଏମ ସ୍ଥାନାନ୍ତର ପ୍ରସ୍ତାବ ଆସିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ବିଶେଷ କରି ‘ବାତ୍ୟା’ ଫୋନି ଓ ବର୍ଷା ପାଇଁ ଗଜପତିରେ ମଧ୍ୟ ଇଭିଏମ୍ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । ତେବେ ଇଭିଏମ ସୁରକ୍ଷା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ, ରାଜ୍ୟରେ ୧୪୬ଟି ବିଧାନସଭା ଓ ୨୧ ଲୋକସଭା କ୍ଷେତ୍ରରେ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ତେଣୁ ଏହି ସବୁ ଇଭିଏମ ଗୁଡ଼ିକୁ ଷ୍ଟ୍ରଙ୍ଗରୁମ୍ ରେ କିଭଳି ସୁରକ୍ଷିତ ରଖାଯିବ ସେନେଇ ଆମେ ସଜାଗ ରହିଛୁ ବୋଲି କହିଛନ୍ତି ସିଇଓ ସୁରେନ୍ଦ୍ର କୁମାର ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା କି, ଇଭିଏମ ଗୁଡ଼ିକ କିଭଳି ସୁରକ୍ଷିତ ରହିବ ବାତ୍ୟା ପ୍ରଭାବିତ ହେବାକୁଥିବା ଜିଲ୍ଳା ସହ ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ଠାରୁ ସମ୍ପୂର୍ଣ୍ଣ ରିପୋର୍ଟ ହସ୍ତଗତ ହୋଇଛି । ଏହାପରେ ସେହି ରିପୋର୍ଟକୁ ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟକୁ ପଠାଇ ଦେଇଛୁ । କାରଣ ନିର୍ବାଚନୀ ଆଇନ ଅନୁଯାୟୀ ଏହାର ସୁରକ୍ଷା ସମ୍ପର୍କରେ ଇସିଆଇଙ୍କ ନିର୍ଦ୍ଦେଶ ମୁତାବକ ପାଳନ କରାଯିବ । ତେବେ ଇଭିଏମର ସମ୍ପୂର୍ଣ୍ଣ ସୁରକ୍ଷା ପାଇଁ ମୁଁ ବ୍ୟକ୍ତିଗତ ଭାବେ ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛି ବୋଲି କହିଛନ୍ତି ସିଇଓ ସୁରେନ୍ଦ୍ର କୁମାର ।