କନକ ବ୍ୟୁରୋ: ଆଜି ରାଜ୍ୟରେ ପଡୁଛି ତୃତୀୟ ପର୍ଯ୍ୟାୟ ଭୋଟ । ଏଥିପାଇଁ ପ୍ରତି ବୁଥରେ ଆବଶ୍ୟକ ପ୍ରସ୍ତୁତି ହୋଇଥିଲେ ବି କିଛି ବୁଥରେ ଇଭିଏମ ମେସିନରେ ତ୍ରୁଟି ପରିଲକ୍ଷିତ ହୋଇଛି । ଫଳରେ ସେହି ବୁଥ୍ ମାନଙ୍କରେ ମତଦାନରେ ବିଳମ୍ବ ହୋଇଥିବା ସୂଚନା ରହିଛି ।
ସୂଚନା ମୁତାବକ, କଟକ ସଦର କଳପଡା ବୁଥ୍ ନମ୍ବର ୮୧, ଢେଙ୍କାନାଳ ସୀମାଳିଆ ବୁଥ୍ ନମ୍ବର ୧୫୭ ବୁଥରେ ସମସ୍ୟା ଦେଖାଦେଇଛି । ସେହିପରି ଆନ୍ଦପୁର ହାଟଡିହି ବୁଥ୍ ନମ୍ବର ୧୩୯ ଓ ଦେବଗଡ ବୁଥ୍ ନମ୍ବର ୧୮, ଓ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ୨ଟି ବୁଥରେ ମଧ୍ୟ ଇଭିଏମ ମେସିନ ଅଚଳ ହୋଇଯିବାରୁ ମତଦାନରେ ବିଳମ୍ବ ଦେଖାଦେଇଛି ।
ସେହିପରି ଅନୁଗୁଳ ୩୫ ନମ୍ବର ବୁଥ୍, କେନ୍ଦୁଝର ବଡପଦନା ବୁଥ୍ ନମ୍ବର ୨୭୪ , ଏବଂ କୃଷ୍ଣପ୍ରସାଦ ବ୍ଲକ ମାଲୁଦର ବୁଥ୍ ନମ୍ବର ୧୩ ରେ ମଧ୍ୟ ଇଭିଏମ୍ ମେସିନରେ ତ୍ରୁଟି ଦେଖାଦେଇଛି । ଫଳରେ ଏଠାରେ ମତଦାନରେ ପାଖାପାଖି ୫୦ ମିନିଟ ବିଳମ୍ବ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/3-47.jpg)