ଆରମ୍ଭ ହେଲା ନିର୍ବାଚନ ପ୍ରସ୍ତୁତି । ଷ୍ଟ୍ରଙ୍ଗରୁମକୁ ଆସିଲା ଇଭିଏମ୍ । କଡା ସୁରକ୍ଷା ବନ୍ଦୋବସ୍ତ, ବ୍ୟାପକ ପୁଲିସ ଫୋର୍ସ ମୁତୟନ

137

କନକ ବ୍ୟୁରୋ :  ଭୁବନେଶ୍ୱର ଲୋକସଭା ଏବଂ ଏହା ଅଧିନରେ ଥିବା ୫ଟି ବିଧାନସଭା ଆସନ ପାଇଁ ଷ୍ଟ୍ରଙ୍ଗ ରୁମରେ ପହଞ୍ଚିଲା ଇଭିଏମ୍ । ବିଜେବି କଲେଜର ପଞ୍ଚମ ମହଲାରେ ଇଭିଏମ ଗୁଡିକୁ ରଖାଯାଇଛି । ମୋଟ୍ ୨ ହଜାର ୩୩୨ଟି ଇଭିଏମ୍ ଆସିଛି । ଏଥିମଧ୍ୟରୁ ୨୫ ପ୍ରତିଶତ ଇଭିଏମ୍ ସଂରକ୍ଷିତ ରହିବ । କଡା ସୁରକ୍ଷାବଳୟ ମଧ୍ୟରେ ଖୋର୍ଦ୍ଧା ପଣ୍ୟାଗାରରୁ ଆସିଥିବା ଏହି ଇଭିଏମ ଗୁଡିକର ସୁରକ୍ଷାରେ ବ୍ୟାପକ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାପାଳ, ଏଡିଏମ୍ ଏବଂ ଭୁବନେଶ୍ୱର ଡିସିପି ଏହାର ସମୀକ୍ଷା କରିଛନ୍ତି ।