କନକ ବ୍ୟୁରୋ : ଭୁବନେଶ୍ୱର ଲୋକସଭା ଏବଂ ଏହା ଅଧିନରେ ଥିବା ୫ଟି ବିଧାନସଭା ଆସନ ପାଇଁ ଷ୍ଟ୍ରଙ୍ଗ ରୁମରେ ପହଞ୍ଚିଲା ଇଭିଏମ୍ । ବିଜେବି କଲେଜର ପଞ୍ଚମ ମହଲାରେ ଇଭିଏମ ଗୁଡିକୁ ରଖାଯାଇଛି । ମୋଟ୍ ୨ ହଜାର ୩୩୨ଟି ଇଭିଏମ୍ ଆସିଛି । ଏଥିମଧ୍ୟରୁ ୨୫ ପ୍ରତିଶତ ଇଭିଏମ୍ ସଂରକ୍ଷିତ ରହିବ । କଡା ସୁରକ୍ଷାବଳୟ ମଧ୍ୟରେ ଖୋର୍ଦ୍ଧା ପଣ୍ୟାଗାରରୁ ଆସିଥିବା ଏହି ଇଭିଏମ ଗୁଡିକର ସୁରକ୍ଷାରେ ବ୍ୟାପକ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାପାଳ, ଏଡିଏମ୍ ଏବଂ ଭୁବନେଶ୍ୱର ଡିସିପି ଏହାର ସମୀକ୍ଷା କରିଛନ୍ତି ।
ଆରମ୍ଭ ହେଲା ନିର୍ବାଚନ ପ୍ରସ୍ତୁତି । ଷ୍ଟ୍ରଙ୍ଗରୁମକୁ ଆସିଲା ଇଭିଏମ୍ । କଡା ସୁରକ୍ଷା ବନ୍ଦୋବସ୍ତ, ବ୍ୟାପକ ପୁଲିସ ଫୋର୍ସ ମୁତୟନ
/kanak/media/post_attachments/wp-content/uploads/2024/04/23-7.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)