କନକ ବ୍ୟୁରୋ : ଇଭିଏମ ଭାଙ୍ଗିଲେ ବିଜେପି ବିଧାୟକ ପ୍ରାର୍ଥୀ । ଭୋଟଗ୍ରହଣ ସରିବାକୁ ଆଉ କିଛି ସମୟ ବାକି ରହିଥିବା ବେଳେ ବୁଥରେ ପଶି ଇଭିଏମ ଭାଙ୍ଗିଲେ ବିଜେପି ବିଧାୟକ ପ୍ରାର୍ଥୀ । ସୋରଡାରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି । ସୋରଡା ଆସନରୁ ବିଜେପିର ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀ ଏଭଳି କାଣ୍ଡ ଭିଆଇଥିବା ଜଣାପଡିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ମୁତାବକ ସୋରଡା ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀ ରେଣ୍ଟି ୧୮୨ ନମ୍ବର ବୁଥରେ ଜୋର ଜବରଦସ୍ତି ପଶି ଏଭଳି ତୁମୁଳକାଣ୍ଡ ଭିଆଇଛନ୍ତି । ଇଭିଏମଟି ଭାଙ୍ଗିଥିବା ବେଳେ ନୀଳମଣିଙ୍କ ନାଁରେ ଥାନାରେ ଏତଲା କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । ଏହାଛଡା ଏ ସର୍ମ୍ପକରେ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।