ଭିଭିପାଟ ଓ ଇଭିଏମ ଉପରେ ପଡିନାହିଁ ଫୋନିର ପ୍ରଭାବ ! ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ଅଛି ୨ ମେସିନ

ଇଭିଏମ ଓ ଭିଭିପାଟ ଉପରେ ଫୋନିର କୌଣସି ପ୍ରଭାବ ପଡି ନାହିଁ

98

 କନକ ବ୍ୟୁରୋ : ଇଭିଏମ ଓ ଭିଭିପାଟ ଉପରେ ଫୋନିର କୌଣସି ପ୍ରଭାବ ପଡି ନାହିଁ । ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇ କହିଛନ୍ତି ଫୋନି ବାତ୍ୟା ଇଭିଏମ ଉପରେ କୌଣସି ପ୍ରଭାବ ପକାଇ ନାହିଁ । ସବୁ ଇଭିଏମ ଓ ଭିଭିପାଟ ସୁରକ୍ଷିତ ରହିଛି । ଏଥିସହ ସେ ସୂଚନା ଦେଇ କହିଛନ୍ତି, ଆସନ୍ତା ୧୯ ତାରିଖରେ ରାଜ୍ୟର ୩୪ ବୁଥରେ ସାନିମତଦାନ ହେବ ।

source : realreport.in

ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ହୋଇଥିବା ମତଦାନ ବେଳେ ୩୪ଟି ବୁଥରେ ବିଭିନ୍ନ କାରଣରୁ ଭୋଟ ଗ୍ରହଣରେ ଅସୁବିଧା ହୋଇଥିଲା । ତେଣୁ ସେ ସବୁ ମତଦାନ କେନ୍ଦ୍ର ଗୁଡିକରେ ୧୯ ତାରିଖରେ ଭୋଟ ଗ୍ରହଣ କରାଯିବ । ଏହାଛଡା ଆସନ୍ତା ୨୩ ତାରିଖରେ ଭୋଟ ଗଣତି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆସନ୍ତା ୧୩ ଓ ୧୪ ତାରିଖରେ ରିଟର୍ଣ୍ଣିଂ ଅଫିସରମାନଙ୍କୁ ଟ୍ରେନିଂ ଦିଆଯିବ ବୋଲି ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।