"କନକ ବ୍ୟୁରୋ : ଫେବୁଆରୀ ୨୪ରେ ବିଜେପୁର ଉପ ନିର୍ବାଚନ । ତେବେ ପ୍ରଥମ ଥର କରି ବିଜେପୁରରେ ଇଭିଏମ ଓ ଭିଭିପିଏଟି ମେସିନ ବ୍ୟବହାର କରାଯାଉଛି । ଏନେଇ ଘର ଘର ବୁଲି ଭୋଟରଙ୍କୁ ସଚେତନ କରୁଛି ଜିଲ୍ଳା ପ୍ରଶାସନ ।Advertisment ଆସନ୍ତା ୨୪ରେ ବିଜେପୁର ଉପନିର୍ବାଚନ । ଭାରତୀୟ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁସାରେ ଆସନ୍ତା ମାସ ୨୪ ତାରିଖରେ ଭୋଟ୍ ଓ ୨୮ ତାରିଖରେ ଭୋଟ ଗଣତି ହେବ । ପ୍ରାୟ ୨ ଲକ୍ଷ ୨୧ ହଜାର ୧୪୬ ଜଣ ଭୋଟର ମତସାବ୍ୟସ୍ତ କରିବେ । ତେବେ ବିଜେପୁର ଉପ-ନିର୍ବାଚନରେ ପ୍ରଥମକରି ଇଭିଏମ ସହ ଭିଭିପିଏଟି ମେସିନ ବ୍ୟବହାର କରିବାକୁ ନିର୍ବାଚନ କମିଶନ ନିଷ୍ପତି ନେଇଛନ୍ତି । ଏଥିପାଇଁ ଇଭିଏମ ଓ ଭିିଭିପିଏଟି ମେସିନର ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଡେମୋ ସାହାର୍ଯ୍ୟରେ ଓ ଲିପଲେଟ ବଂଟାଯାଇ ଭୋଟରଙ୍କୁ ବୁଝାଯାଉଛି ।ଭିଭିପିଏଟି ପରିଚାଳନା ପାଇଁ ବିଭିନ୍ନ କାନ୍ଥରେ ମଧ୍ୟ ପୋଷ୍ଟର ମାରୁଛି ଜିଲ୍ଳା ପ୍ରଶାସନ । ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରମାନଙ୍କୁ ମଧ୍ୟ ଇଭିଏମ ଓ ଭିଭିପିଏଟି ବୈଷୟିକ ଅଧିକାରୀମାନେ ଡେମୋ ଦେଖାଉଛନ୍ତି । ଡେରିରେ ହେଉ ପଛେ ବିଜେପୁର ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଗତବର୍ଷ ଅଗଷ୍ଟ ୨୨ ତାରିଖରେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡିଥିଲା । "