ତେହେରାନର କୁଖ୍ୟାତ ଜେଲରେ ଭୀଷଣ ନିଆଁ: ବାହାରେ କଏଦୀଙ୍କ ସମ୍ପର୍କୀୟଙ୍କ ଭିଡ

110

କନକ ବ୍ୟୁରୋ: ଇରାନର ରାଜଧାନୀ ତେହେରାନର ଏଭିନ୍ କାରାଗାରରେ ଭଷେଣ ଅଗ୍ନିକାଣ୍ଡ ଘଟିଛି । ରାଜନୈତିକ ବନ୍ଦୀମାନଙ୍କୁ ରଖିବା ପାଇଁ ଏହି ଜେଲକୁ ସବୁଠାରୁ ପ୍ରମୁଖ ସ୍ଥାନ ବୋଲି ବିବେଚନା କରାଯାଏ । ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଫୁଟେଜରେ ଜେଲରୁ ନିଆଁ ଏବଂ ଧୂଆଁ ବାହାରୁଥିବା ଦେଖାଯାଇଛି। ଫଳରେ ଜେଲର ଫାଟକ ବାହାରେ କଏଦୀମାନଙ୍କ ସମ୍ପର୍କୀୟଙ୍କର ଭିଡ ଜମିଥିବା ଜଣାପଡିଛି । ନିଆଁ ଲାଗିଥିବାବେଳେ ଜେଲ ଭିତରୁ ଗୁଳିମାଡର ଶବ୍ଦ ଶୁଣାଯାଉଥବାରୁ କଲଦୀଙ୍କ ସମ୍ପର୍କୀୟ ଭୟଭୀତ ଅବସ୍ଥାରେ ଅଛନ୍ତି ।

ରିପୋର୍ଟ ମୁତାବକ, ଜେଲରେ ଅଗ୍ନିକାଣ୍ଡ ଏପରି ଏକ ସମୟରେ ଘଟିଛି ଯେତେବେଳେ ହିଜାବକୁ ନେଇ ଦେଶରେ ଅଶାନ୍ତି ଲାଗିରହିଛି । ସେପ୍ଟେମ୍ବରରେ ୨୨ ବର୍ଷୀୟ ମହସା ଅମିନିଙ୍କ ମୃତ୍ୟୁ ପରଠାରୁ ଚାରିଆଡେ ବିକ୍ଷୋଭ ପ୍ରଦର୍ଶନ ହେଉଛି । ବିକ୍ଷୋଭ କରି ଅଟକ ଥିବା ଶହ ଶହ ଲୋକଙ୍କୁ ଏଭିନ୍ କାରାଗାରକୁ ପଠାଯାଇଥିବା ଜଣାଯାଇଛି। ଏଭଳି ପରିସ୍ଥିତିରେ ଜେଲରେ ନିଆଁ ଲାଗିଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଭୟ ସୃଷ୍ଟି ହୋଇଛି ।

ଏହି ସମୟରେ, ଆଲିନେଜାଦ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଅନୁରୋଧ କରିଥିଲେ ଯେଉଁମାନଙ୍କର ନାଗରିକମାନେ ଏଭିନ୍ ଜେଲରେ ଅଛନ୍ତି ସେମାନେ ତୁରନ୍ତ ଇରାନ କର୍ତ୍ତୃପକ୍ଷଙ୍କଠାରୁ ଏ ବିଷୟରେ ସୂଚନା ମାଗିବା ଉଚିତ୍ । ବ୍ରିଟେନ, ଆମେରିକା, ସ୍ୱିଡେନ, ଜର୍ମାନୀ, ଫ୍ରାନ୍ସ, ବେଲଜିୟମ ଏବଂ ଅନ୍ୟ ଦେଶର ନାଗରିକମାନଙ୍କୁ ଏଭିନ ଜେଲରେ ରଖାଯାଇଛି। ଅଗ୍ନିକାଣ୍ଡ ପାଇଁ ଅପରାଧିକ କାରଣ ଦାୟୀ ବୋଲି କୁହାଯାଇଛି ।

ତେବେ ତେହେରାନ ଉପକଣ୍ଠରେ ଥିବା କାରାଗାରରେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ।ଜେଲରେ କଏଦୀଙ୍କ ଉଦ୍ଧାର କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ବାହିନୀ ମୁତୟନ କରାଯାଇଥିବା ଜଣାପଡିଛି ।