ବିଶ୍ୱାସରେ ବିଷ ଦେଲା ସ୍ୱାମୀ ! ନବବିବାହିତା ସ୍ତ୍ରୀକୁ ବନ୍ଧୁମାନଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲା ।

Advertisment
ବିଶ୍ୱାସରେ ବିଷ ଦେଲା ସ୍ୱାମୀ ! ନବବିବାହିତା ସ୍ତ୍ରୀକୁ ବନ୍ଧୁମାନଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲା ।

source:Bor GRAD INFO

ପ୍ରଥମେ ବିବାହର ପ୍ରଲୋଭନ ଦେଖାଇ ଜଣେ ୨୫ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରାଗଲା । ଏ ନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିବାକୁ କହିବାରୁ ଗୁପ୍ତ ରୀତିନୀତିରେ ଏକ ମନ୍ଦିରରେ ବିବାହ ମଧ୍ୟ ହେଲା। ମାତ୍ର ବିବାହର ୧୦ ଦିନ ନ ପୁରୁଣୁ ଆରମ୍ଭ ହେଲା ନିର୍ଯାତନା। ନବବଧୂଙ୍କୁ ସ୍ୱାମୀଙ୍କ ବନ୍ଧୁମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କଲା ଅମଣିଷ ସ୍ୱାମୀ। ମାତ୍ର ଏଥିରେ ନବବଧୂ ଜଣକ ରାଜି ନ ହେବାରୁ ତାଙ୍କୁ ନିର୍ଦ୍ଧୁମ ମାଡ଼ ମାରିଲା ସ୍ୱାମୀ। ଏପରିକି ତାଙ୍କୁ ଏଥିପାଇଁ ହତ୍ୟା କରିବାକୁ ଧମକ ମଧ୍ୟ ଦେଲା। ପରେ କୋଲକାତାର ବଦନାମ ଗଳିର ଜଣଙ୍କୁ ବିକ୍ରି କରିଦେବାକୁ ସ୍ୱାମୀ ଯୋଜନା କରୁଥିବା ଜାଣି ଶେଷରେ ପୀଡିତା ଜଣକ ଆସି ଥାନାରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପୁଲିସ ଧଫା ୫୦୬ ଓ ୩୭୬ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅପରପକ୍ଷେ ମହିଳାଜଣକ ଥାନାର ଦ୍ୱାରସ୍ଥ ହେବା ପରେ ତାଙ୍କ ସ୍ୱାମୀ ଫେରାର ହୋଇ ଯାଇଛନ୍ତି।publive-imageଉତ୍ତରପ୍ରଦେଶର ବରେଲି ସହରର କୋଟଓ୍ଵାଲି ଥାନା ଅଞ୍ଚଳର ଜଣେ ୨୮ ବର୍ଷୀୟ ଟ୍ୟାକ୍ସି ଚାଳକ ବିବାହର ପ୍ରଲୋଭନ ଦେଖାଇ ସେହି ଅଞ୍ଚଳର ଜଣେ ୨୫ ବର୍ଷୀୟ ଯୁବତୀଙ୍କୁ ତାଙ୍କ ଇଚ୍ଛା ବିରୋଧରେ ଦୁଷ୍କର୍ମ କଲେ। ପରେ ଯୁବତୀଙ୍କ ବାଧ୍ୟ ବାଧକତାରେ ତାଙ୍କୁ ନେଇ ସମ୍ପୃକ୍ତ ଟ୍ୟାକ୍ସିଚାଳକ ଜଣକ ଏକ ମନ୍ଦିରରେ ୧୦ ଦିନ ତଳେ ବିବାହ କରିଥିଲେ। ବିବାହ ପରେ ଯୁବକଙ୍କ ମତିଗତି ବଦଳି ଯାଇଥିଲା। ବିବାହର ୧୦ ଦିନ ବିତି ନାହିଁ ଯୁବକ ଜଣକ ପତ୍ନୀଙ୍କୁ କହିଲେ ସେ କେବଳ ଗୋଟିଏ ସର୍ତ୍ତରେ ତାଙ୍କୁ ପାଖରେ ରଖିବେ। ସର୍ତ୍ତ ହେଉଛି ସେ ତାଙ୍କ ବନ୍ଧୁ ଓ ଅନ୍ୟ ଲୋକଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ପଡ଼ିବ। ଯଦି ଏହା ସେ ନ କରନ୍ତି, ତେବେ ତାଙ୍କୁ ସେ ପଶ୍ଚିମବଙ୍ଗର ଜଣେ ଲୋକଙ୍କୁ ବିକ୍ରି କରିଦେବେ। ଏହା ଶୁଣିବା ପରେ ଅତ୍ୟନ୍ତ ଭୟଭୀତ ଯୁବତୀ ଜଣକ ଆସି କୋଟଓ୍ଵାଲି ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି। କୋଟଓ୍ଵାଲି ଥାନାର ଥାନାଧିକାରୀ ଗୀତେଶ କପିଲ କହିଛନ୍ତି ଯେ ଅଭିଯୁକ୍ତ ସ୍ୱାମୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe