କନକ ବ୍ୟୁରୋ: ବର୍ଷ ବର୍ଷ ଧରି ଆରଟିଓ ପରିସରରେ ଥିବା ଅସ୍ଥାୟୀ ଦୋକାନ ଉପରେ ଗଡିଛି ବୁଲଡୋଜର । ୪୦ରୁ ଅଧିକ କ୍ୟାବିନ ମାଟିରେ ମିଶିଛି । ଆଚାର୍ଯ୍ୟ ବିହାର ନିକଟରେ ଆରଟିଓ-ୱାନ ତିଆରି ହେବା ପରେ ପରେ ଅଫିସକୁ ଲାଗି ଚାରିପଟେ ଅସ୍ଥାୟୀ ଦୋକାନ ତିଆରି ହୋଇଥିଲା । ଜାଗା ମାଡି ବସି ନିଜ ବେପାରରେ ସକ୍ରିୟ ହୋଇଉଠିଥିଲେ ଦଲାଲ । ସୋମବାର ପ୍ରଶାସନ, ସେସବୁ ଦୋକାନକୁ ବୁଲଡୋଜର ଲଗାଇ ଭାଂଗି ଦେଇଛି ।
ଦୀର୍ଘଦିନ ଧରି ଦଲାଲ ମାନେ ଆରଟିଓକୁ ଆସୁଥିବା ଗ୍ରାହକଙ୍କ ଠାରୁ ଅଧିକ ଟଙ୍କା ନେଇ କାଗଜପତ୍ର ତିଆରି କରୁଥିଲେ । ଏପରିକି କିଛି ଗ୍ରାହକ, ଘରେ ବସି ଲାଇସେନ୍ସ ଅବେଦନ କରୁଥିଲେ ଏବଂ ଦଲାଲ, ଆରଟିଓରେ ସହଜରେ ଲାଇସେନ୍ସ କରାଉନେଉଥିଲେ । ବର୍ଷ ବର୍ଷ ଧରି ଚାଲିଆସିଥିବା ଏଭଳି ପ୍ରକ୍ରିୟା , ଅଭ୍ୟାସରେ ପରିଣତ ହୋଇଯାଇଥିଲା । ସେପଟେ ନୂଆ ମୋଟରଯାନ ଆଇନ୍ ଲାଗୁ ହେବା ପରେ ଆରଟିଓ ଅଫିସରେ ନାହିଁ ନଥିବା ଭିଡ ହେଉଛି । ମୁଖ୍ୟ ରାସ୍ତା କଡରେ ଅଫିସ ଥିବାରୁ ଏବଂ ପର୍ଯ୍ୟାପ୍ତ ଜାଗା ନଥିବାରୁ ଲୋକେ ରାସ୍ତା ଉପରେ ଗାଡିମଟର ରଖୁଥିଲେ । ଫଳରେ ଘଂଟା ଘଂଟା ଧରି ଟ୍ରାଫିକ ଜାମ୍ ହେଉଥିଲା ।
ଅନ୍ୟପଟେ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବାକୁ ଥିବା ‘ମୋ ସରକାର’କାର୍ଯ୍ୟକ୍ରମ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଭିନ୍ନ ସରକାରୀ ଅଫିସରେ ଥିବା ଦଲାଲଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଉଛି ପୁଲିସ । ସେପଟେ ଆରଟିଓରୁ ଭିଡ ନିୟନ୍ତ୍ରଣ ପାଇଁ ସୋମବାର ଠାରୁ ରାଜଧାନୀର ବିଏମସି ଏବଂ ଓଏସଆରଟିସି ଅଫିସରେ ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/vlcsnap-2019-09-30-20h26m26s24.png)