ଅଧିକାଂଶ ଲୋକେ ନିଜ ଘରେ ବିଶୁଦ୍ଧ ପାନୀୟ ଜଳ ପାଇଁ ଆକ୍ୟୁ ତଥା Reverse Osmosis Water ପ୍ୟୁରିଫାୟର ଲଗାଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଯେଉଁ ପାଣିକୁ ଆପଣ ବିଶୁଦ୍ଧ ଭାବି ପିଉଛନ୍ତି ବାସ୍ତବରେ ତାହା ଆପଣଙ୍କର ସ୍ୱାସ୍ଥ୍ୟ ପାଇଁ କେତେ ଘାତକ ହୋଇପାରେ । ଆଜ୍ଞା ହଁ, ଏକଥା ନିରାଟ ସତ୍ୟ । ଆରଓ ପାଣି ଅଧିକାଂଶ ମାମଲାରେ ଶରୀରର କ୍ଷତି ପହଂଚାଇଥାଏ ।
ସୂଚନା ମୁତାବକ, ପାଣିକୁ ଶୁଦ୍ଧ କରୁଥିବା ଉପକରଣଗୁଡିକରେ ସ୍ୱତନ୍ତ୍ର ଭାବରେ ମେମ୍ବ୍ରେନ କାମ କରିଥାଏ । ଯାହାକି ପାଣିକୁ ସଫା କରିବା ସମୟରେ କ୍ଷତିକାରକ ଜୀବାଣୁଗୁଡିକ ସହିତ କିଛି ଭଲ ଜୀବାଣୁଗୁଡିକୁ ମଧ୍ୟ ଅବଶୋଷିତ କରିଦେଇଥାଏ । ଯାହାଦ୍ୱାରା ପାଣିରେ ଉପଲବ୍ଧ ଥିବା ମିନେରାଲ, ଯାହାକି ଆମ ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହୋଇଥାନ୍ତି ତାହା ଆମକୁ ମିଳିପାରିନଥାନ୍ତି । ଏଠାରେ ଆମେ କହି ରଖୁଛୁ କି, ଏହି ଜୀବାଣୁ ଆମର ପେଟଜନିତ ସମସ୍ୟାରୁ ରକ୍ଷା କରିବାରେ ସହାୟକ ହୋଇଥାନ୍ତି । ଆରଓ ପ୍ୟୁରିଫାୟରରୁ ସଫା ହେଉଥିବା ପାଣି ଏସିଡିକ୍ ହୋଇପାରେ । କାରଣ ପାଣିକୁ ବିଶୁଦ୍ଧ କରୁଥିବା ଏହି ପ୍ରକ୍ରିୟା ସମୟରେ ଏହା ପାଣିରେ ଉପଲବ୍ଧ ଥିବା ଅଣୁଜୀବଙ୍କ ଦ୍ୱାରା କ୍ଷରିତ ପରମାଣୁଗୁଡିକୁ ବି ନଷ୍ଟ କରିଦେଇଥାଏ । ଏହାଦ୍ୱାରା ପାଣି ଏସିଡିକ୍ ହୋଇଯାଇଥାଏ । ଯାହାକି ଆମ ଶରୀରରେ ପାଇଁ ହାନିକାରକ ଅଟେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/10/mi-647-x-404_122915045241.jpg)
/kanak/media/post_attachments/wp-content/uploads/2018/10/5a5cb232cd70be24d37a6d5329ba44c0-300x169.jpg)