କନକ ବ୍ୟୁରୋ : ଆଫଗାନିସ୍ତାନରେ ହୋଇଥିବା ଭୟଙ୍କର ଭୂକମ୍ପରେ ବ୍ୟାପକ ଧ୍ୱଂସ ଘଟିଛି । ତାଲିବାନ ସରକାରର ମୁଖପାତ୍ର କହିଛନ୍ତି ଯେ ଭୂକମ୍ପ ଯୋଗୁଁ ଦେଶରେ ୨୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ହଜାର ହଜାର ଲୋକ ଆହତ ହୋଇଛନ୍ତି । ଦୁଇ ଦଶନ୍ଧି ମଧ୍ୟରେ ଦେଶରେ ହୋଇଥିବା ସବୁଠାରୁ ଏହା ଭୟଙ୍କର ଭୂକମ୍ପ ବୋଲି ତାଲିବାନ ସରକାର କହିଛି ।
ଭୂକମ୍ପରେ ପ୍ରାୟ ୬ ଟି ଗାଁ ନଷ୍ଟ ହୋଇଯାଇଛି ଏବଂ ଶହ ଶହ ନାଗରିକଙ୍କୁ ଆବର୍ଜନା ତଳେ ପୋତି ହୋଇ ରହିଛନ୍ତି । ପଶ୍ଚିମ ଆଫଗାନିସ୍ତାନର ହେରତ ପ୍ରଦେଶରେ ହୋଇଥିବା ଏହି ଭୂମିକମ୍ପରେ ସର୍ବାଧିକ ତୀବ୍ରତା ୬.୩ ଥିଲା ବୋଲି ୟୁଏସ୍ ଜିଓଲୋଜିକାଲ ସର୍ଭେ କହିଛି । ହେରତର ଜିନ୍ଦା ଜାନ୍ ଜିଲ୍ଲାରେ ୭.୭ କିଲୋମିଟର ଗଭୀରତାରେ ୫.୯ ତୀବ୍ରତାର ସଦ୍ୟତମ ଭୂମିକମ୍ପ ଅନୁଭୂତ ହୋଇଛି ।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିକଟବର୍ତ୍ତୀ ପ୍ରଦେଶ ଫରାହ ଏବଂ ବାଦଗିସରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ବିଶେଷକରି ଆଫଗାନିସ୍ତାନର ହିନ୍ଦୁକୁଶ ପର୍ବତମାଳା ଅଞ୍ଚଳ ଭୂକମ୍ପପ୍ରବଣ, ଯାହା ୟୁରେସିଆନ ଏବଂ ଭାରତୀୟ ଟେକ୍ଟୋନିକ୍ ପ୍ଲେଟର ମିଶ୍ରଣ ନିକଟରେ ଅବସ୍ଥିତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/4-6.jpg)