ଦେଶକୁ ଫେରିଲେ ଆଫଗାନିସ୍ତାନରେ ସାଂସଦ ଥିବା ନରେନ୍ଦ୍ର ସିଂ ଖାଲସା, କାନ୍ଦି କାନ୍ଦି କହିଲେ ଏମିତି କଥା

Advertisment
ଦେଶକୁ ଫେରିଲେ ଆଫଗାନିସ୍ତାନରେ ସାଂସଦ ଥିବା  ନରେନ୍ଦ୍ର ସିଂ ଖାଲସା, କାନ୍ଦି କାନ୍ଦି କହିଲେ ଏମିତି କଥା

କନକ ବ୍ୟୁରୋ : ତାଲିବାନ ଆକ୍ରମଣରୁ ରକ୍ଷା ପାଇବାକୁ ଆଜି କାବୁଲର ୧୬୮ ଜଣ ଭାରତୀୟଙ୍କୁ ଧରି ଫେରିଛି ଭାରତୀୟ ବାୟୁସେନାର ବିମାନ । ସେମାନଙ୍କ ମଧ୍ୟରେ ୨୪ ଜଣ ଶିଖ୍ ଥିବା ବେଳେ ୨ ଜଣ ଆଫଗାନିସ୍ତାନ ସାଂସଦ ରହିଛନ୍ତି । ଫେରିଥିବା ୨ ସାଂସଦଙ୍କ ମଧ୍ୟରୁ ନରେନ୍ଦ୍ର ସିଂ ଖାଲସା ଭାରତ ସରକାରଙ୍କୁ ଧନ୍ୟବାଦ ଦେବା ସହ ଆଫଗାନିସ୍ତାନ ସ୍ଥିତି ବଖାଣିବା ବେଳେ କାନ୍ଦି ପକାଇଛନ୍ତି । ସେ କହିଛନ୍ତି କି କାବୁଲରୁ ବିମାନ ବନ୍ଦର ପହଂଚିବା ବଡ ମୁସ୍କିଲ ହୋଇପଡିଥିଲା ।

ସେ ଦିଲ୍ଲୀର ଗାଜିଆବାଦ ନିକଟ ବିମାନ ବନ୍ଦରରେ ପହଂଚିବା ପରେ ଗଣମାଧ୍ୟମକୁ କହିଛନ୍ତି କି, “ମୋତେ କାନ୍ଦିବାକୁ ଇଚ୍ଛା ହେଉଛି, ୨୦ ବର୍ଷ ଧରି ସେଠାରେ ଆମେ ଯାହା ତିଆରି କରିଥିଲୁ ତାହା ମାତ୍ର କେତୋଟି ଦିନରେ ଶେଷ ହୋଇଗଲା, ଏବେ ଆଫଗାନିସ୍ତାନ ଶୂନରେ ପହଂଚିଯାଇଛି ।” ସେ ଆହୁରି କହିଛନ୍ତି କି ଆଫଗାନିସ୍ତାନରେ ୨୫୦ ଜଣ ଶିଖ୍ ରହିଥିଷଲ । ସେଠାରେ ସ୍ଥିତି ପୁରା ଗମ୍ଭୀର ରହିଛି । ଲୋକମାନେ ଡରି ଡରି ବଞ୍ଚିଛନ୍ତି , ସେଠାରେ ସରକାର ନଥିବାରୁ ଲୋକମାନେ କାହାରିକୁ ଭରଶା କରିପାରୁ ନାହାନ୍ତି ।

କହିରଖୁ କି ଭାରତୀୟ ବାୟୁସେନାର ସି-୧୭ ବିମାନ ୧୦୭ ଜଣ ଭାରତୀୟଙ୍କ ସମେତ ମୋଟ ୧୬୮ ଜଣଙ୍କୁ ନେଇ ଆଜି ସକାଳ ୧୦ ଟାରେ ହିଡନ ଏୟାରବେସରେ ପହଂଚିଥିଲା । କାବୁଲରେ ଫରିରହିଥିବା ନିଜ ନାଗରିକଙ୍କୁ ବାହାର କରିବାକୁ ଭାରତକୁ ଗୋଟିଏ ଦିନରେ ୨ ଟି ବିମାନ ଉଡାଣ କରିବାକୁ ଅନୁମତି ରହିଛି । ଆଜି ଆଫଗାନିସ୍ତାନର ୩ ଟି ଅଲଗା ଅଲଗା ବିମାନରେ ବି ଭାରତୀୟ ମାନେ ଦେଶକୁ ଫେରୁଛନ୍ତି । ଏହା ମଧ୍ୟରେ ଏୟାର ଇଣ୍ଡିଆ, ଇଣ୍ଡିଗୋ ଓ ଭିସ୍ତରା ଦ୍ୱାରା ସଂଚାଳିତ ବିମାନ ସାମିଲ ଅଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe