ଆସନ୍ତା ଜୁନ୍ ମାସ ୧୭ ତାରିଖରୁ ଜୁଲାଇ ୨୬ ତାରିଖ ଯାଏଁ ଚାଲିବ ସଂସଦ ଅଧିବେଶନ । ଜୁନ୍ ୧୭ ଏବଂ ୧୮ ତାରିଖରେ ସଂସଦରେ ପଦ ଓ ଗୋପନୀୟତାର ଶପଥ ନେବେ ଦେଶର ନବ ନିର୍ବାଚିତ ସାଂସଦ । ଏହା ପରେ ଜୁନ୍ ୧୯ ତାରିଖରେ ଲୋକସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଜୁନ୍ ୨୦ ତାରିଖରେ ସଂସଦକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ଜୁଲାଇ ମାସ ୫ ତାରିଖରେ ବଜେଟ୍ ଉପସ୍ଥାପନ କରିବେ ସରକାର । ଏହାର ପୂର୍ବଦିନ ଅର୍ଥାତ ଜୁଲାଇ ୪ ତାରିଖରେ ଲୋକସଭାରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରାଯିବ । ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରମଣଙ୍କର ଏହା ହେବ ପ୍ରଥମ ବଜେଟ । ଗତ ଫେବ୍ରୁଆରୀ ୧ରେ କେନ୍ଦ୍ର ସରକାର ଏକ ଲେଖାନୁଦାନ ବା କାମଚଳା ବଜେଟ ଉପସ୍ଥାପନ କରିଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଇନିଂସ ଆରମ୍ଭ ପରେ ଆଜି ବସିଥିଲା ପ୍ରଥମ କ୍ୟାବିନେଟ୍ ବୈଠକ । ଆଉ ଏହି ବୈଠକରେ ଅନେକ ବଡ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ଦିନରେ ଅନୁଷ୍ଠିତ ହୋଇଥିବା ବୈଠକରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂଗଠିତ ଶ୍ରମିକମାନଙ୍କୁ ମାସିକ ୩୦୦୦ ଟଙ୍କା ପେନସନ୍ ଦିଆଯିବା ନେଇ ଆଜି କ୍ୟାବିନେଟରେ ନିଷ୍ପତି ହୋଇଛି । ଆଉ ସବୁଠାରୁ ବଡ କଥା ହେଉଛି, ଛୋଟ ବ୍ୟବସାୟୀଙ୍କ ପାଇଁ ଏଣିକି ଆରମ୍ଭ ହେବାକୁ ଯାଉଛି ପେନସନ୍ ଯୋଜନା । ଏହି ଯୋଜନା ଅନୁଯାୟୀ, ୫ କୋଟି ଛୋଟ ବ୍ୟବସାୟୀ ଉପକୃତ ହେବେ । କ୍ୟାବିନେଟ୍ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ।
ବ୍ୟବସାୟୀ ପେନସନ୍ ଯୋଜନା କ’ଣ ?
୧ . ବ୍ୟବସାୟୀ ପେନସନ୍ ଯୋଜନା : କେନ୍ଦ୍ରୀୟ କ୍ୟାବିନେଟ୍ ଛୋଟ ବ୍ୟବସାୟୀଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଆରମ୍ଭ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି ଯାହା ଅନୁସାରେ ୬୦ ବର୍ଷ ବୟସ ପରେ ଛୋଟ ବ୍ୟବସାୟୀ କମ୍ ସେ କମ୍ ୩,୦୦୦ ଟଙ୍କା ମାସିକ ପେନସନର ହକଦାର ହେବେ ।
୨ . ଯୋଜନାର ଲାଭ : ଯୋଜନାର ଲାଭ ସେ ସବୁ ବ୍ୟବସାୟୀଙ୍କୁ ମିଳିବ ଯାହାଙ୍କ ଜିଏସଟି ଅନୁସାରେ ବାର୍ଷିକ ଟର୍ଣ୍ଣଓଭର୍ ୧.୫ କୋଟି ଟଙ୍କାରୁ କମ୍ ଥିବ । ୬୦ ବର୍ଷ ବୟସ ପରେ ବ୍ୟବସାୟୀ ତଥା ତାଙ୍କର ପରିବାର କମ୍ ସେ କମ୍ ୩୦୦୦ ଟଙ୍କା ମାସିକ ପେନସନ୍ ପାଇବେ । ଆପଣଙ୍କୁ କହିରଖୁଛୁ ଦେଢ କୋଟି ବାର୍ଷିକ ଆୟ କରୁଥିବା ଦୋକାନୀ , ସ୍ୱରୋଜଗାର କରୁଥିବା ବ୍ୟବସାୟୀ ଏବଂ ଛୋଟ ବେପାରୀ ଯାହାଙ୍କ ବୟସ ୧୮ ରୁ ୪୦ ମଧ୍ୟରେ ହୋଇଥିବ , ସେମାନେ ଏହି ଯୋଜନାର ଲାଭ ଉଠାଇପାରିବେ ।
୩ . ଯୋଜନାର ଲାଭ ଉଠାଇବା ପାଇଁ ୧୮ ରୁ ୪୦ ବର୍ଷ ବୟସର ବ୍ୟବସାୟୀଙ୍କୁ ଯୋଜନାରେ ପଞ୍ଜୀକୃତ କରିବାକୁ ପଡିବ । ଯୋଜନାର ଲାଭ ଉଠାଇବା ପାଇଁ ବ୍ୟବସାୟୀଙ୍କୁ ନିଜ ତରଫରୁ କିଛି ଅଶଂଦାନ ଜମା କରିବାକୁ ପଡିବ ଏବଂ ସରକାର ମଧ୍ୟ ବ୍ୟାପାରୀଙ୍କ ଆକାଉଣ୍ଟରେ ସେହି ଅର୍ଥକୁ ଖାତାରେ ଜମା କରିବେ ।
୪ . କେଉଁଠି କରିବେ ଆବେଦନ ?
ବ୍ୟବସାୟୀଙ୍କୁ ଏଥିପାଇଁ ଦେଶରେ ଥିବା ୩.୨୫ ଲକ୍ଷ କମନ୍ ସର୍ଭିସ୍ କେନ୍ଦ୍ର ଜରିଆରେ ନିଜକୁ ପଂଞ୍ଜୀକୃତ କରିବାକୁ ପଡିବ । ଯୋଜନା ଅନୁସାରେ ୩ ବର୍ଷ ମଧ୍ୟରେ ସାରା ଦେଶରେ ମୋଟ ୫ କୋଟି ଛୋଟ ବ୍ୟବସାୟୀ ପଞ୍ଜୀକୃତ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/slide-2.jpg)
/kanak/media/post_attachments/wp-content/uploads/2019/06/double-money-image1--300x200.jpg)
/kanak/media/post_attachments/wp-content/uploads/2019/06/pension-1559378148-300x225.jpg)
/kanak/media/post_attachments/wp-content/uploads/2019/06/ffgt-300x207.jpg)