କରୋନା ସଂକ୍ରମଣ ଭିତରେ ଟିକାକୁ ସମସ୍ତଙ୍କ ଅପେକ୍ଷା : ଆସନ୍ତା ଜୁଲାଇ ବେଳକୁ ମିଳିପାରେ ଟିକା

563

କନକ ବ୍ୟୁରୋ : ସାରା ବିଶ୍ୱର ନଜର ଏବେ କରୋନା ଟିକା ଉପରେ । ସଂକ୍ରମଣ ବଢୁଥିବା ବେଳେ କେବେ ଆସିବ ଏହାକୁ ମାତ୍ ଦେବା ପାଇଁ ଭ୍ୟାକ୍ସିନ ତାହାକୁ ହିଁ ସମସ୍ତଙ୍କ ଅପେକ୍ଷା । ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚଳିତ ବର୍ଷ ଶେଷ ସୁଦ୍ଧା ଟିକା ଆସିବ ବୋଲି କହିବା ପରେ ଏହାକୁ ନେଇ ଚର୍ଚା ଆରମ୍ଭ ହୋଇଛି । ଭାରତରେ ଏହି ଟିକା ଚଳିତ ବର୍ଷା ଶେଷ ସୁଦ୍ଧା ଆସିଲେ ମଧ୍ୟ ଲୋକଙ୍କ ପାଖରେ ପହଂଚିବାକୁ ଏହା ଜୁଲାଇ ହୋଇଯାଇପାରେ ବୋଲି କହିଛନ୍ତି ବରିଷ୍ଠ ଚିକିତ୍ସକ ଡାକ୍ତର ସାମି ସଲିମ । ତାଙ୍କ ମତରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଆଗରୁ କରୋନା ଟିକା ଆଣିବାକୁ ଉଦ୍ୟମ କରାଯାଉଛି । କିନ୍ତୁ ନିର୍ଦିଷ୍ଟ ପର୍ଯ୍ୟାୟ ଦେଇ ଟିକା ପ୍ରସ୍ତୁତ ହେବା ଜରୁରୀ ବୋଲି ଡାକ୍ତର ସଲିମ କହିଛନ୍ତି ।

ସେହିପରି ବିଶିଷ୍ଟ ଭେଜଜ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ରଙ୍କ ମତରେ ଅକ୍ସଫୋର୍ଡ ଭ୍ୟାକ୍ସିନ ସବୁଠୁ ଆଗୁଆ ରହିଛି ଏବଂ ତାର ରିଭ୍ୟୁ ପାଇଁ ଖୁବଶୀଘ୍ର ସେଫ୍ଟି କମିଟି ପାଖକୁ ପଠାଯିବ । ଫଳରେ ଚଳିତ ମାସ ଶେଷ ସୁଦ୍ଧା ଏହାର ଅନୁମତି ମିଳିବା ସମ୍ଭାବନା ରହିଛି । ଅନ୍ୟଗୁଡିକ ମଧ୍ୟ ପର୍ଯ୍ୟାୟ କ୍ରମେ ଆସିବ ଏବଂ ସ୍ୱଦେଶୀ ଟିକାଗୁଡିକ ତୃତୀୟ ପର୍ଯ୍ୟାୟରେ ରହିଥିବାରୁ ୫ରୁ ୬ ମାସ ପରେ ଟିକା ଉପଲବ୍ଧ ହେବା ସମ୍ଭାବନା ରହିଛି ।