କନକ ବ୍ୟୁରୋ: ବଞ୍ଚିବାର ରାହା ଖୋଜୁଛି ଅସହାୟ ପରିବାର । ୬ ଜଣଙ୍କ ମଧ୍ୟରୁ ୪ ଜଣ ପୁରୁଷ ଦିବ୍ୟାଙ୍ଗ । ୩ ପୁଅ ଦିବ୍ୟାଙ୍ଗ, ବାପା ପକ୍ଷାଘାତ ପୀଡିତ । କଳାହାଣ୍ଡି ଧର୍ମଗଡ ବ୍ଲକ ପର୍ଲା ପଞ୍ଚାୟତ ବାରିକ ପଡାର ବୃଦ୍ଧ ଦମ୍ପତି ରମେଶ ବାରିକ ଓ ଗନ୍ଧର୍ବୀ ବାରିକ ।

Advertisment

ଏମାନଙ୍କ ୩ଟି ସନ୍ତାନ, ସମସ୍ତେ ଦିବ୍ୟାଙ୍ଗ । ବଡପୁଅ ମନୋଜ ବାରିକ ଓ ସାନ ପୁଅ ଅଜିତ୍ ବାରିକ ବିବାହ କରିନଥିବା ବେଳେ ମଝିଆଁ ପୁଅ ଫିରୋଜ ବିବାହ କରିଛନ୍ତି ତାଙ୍କର ଗୋଟିଏ ୪ ବର୍ଷର କନ୍ୟା ସନ୍ତାନ ରହିଛି। ତେବେ ପୁଅମାନେ ୭୫ ପ୍ରତିଶତ ଦିବ୍ୟାଙ୍ଗ ହୋଇଥିବା ବେଳେ ବାପା ୩ ବର୍ଷ ହେଲା ପକ୍ଷାଘାତରେ ପୀଡିତ ସେ ବି ଜଣେ ଦିବ୍ୟାଙ୍କ ମଣିଷ ପାଲଟିଯାଇଛନ୍ତି ।

ତେବେ ସରକାର ଏହି ପରିବାରକୁ ଦିବ୍ୟାଙ୍ଗ ପ୍ରମାଣ ପତ୍ର ଦେବା ସହିତ ଜଣଙ୍କୁ ମାସକୁ ୫ ଜେଜି ଚାଉଳ ମୋଟ ୫ ଜଣଙ୍କୁ ମାସକୁ ୨୫ କେଜି ଚାଉଳ ରାସନ କାର୍ଡ ମାଧ୍ୟମରେ ଦେଉଛନ୍ତି । ତେବେ ମାଆଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଓ ଆବାସ ଗୃହ ସାତ ସପନ ହୋଇ ଯାଇଛି। ମାସିକ ୨୫ କେଜି ଚାଉଲରେ ବଞ୍ଚୁଛି ଏହି ଦିବ୍ୟଙ୍ଗ ପରିବାର।