ଆପଣ ପେଟ୍ରୋଲ ପମ୍ପ ଯାଉଥିଲେ ଧ୍ୟାନ ଦିଅନ୍ତୁ… ପେଟ୍ରୋଲର ପ୍ରକୃତ ମୂଲ୍ୟ ଜାଣିବାକୁ କରନ୍ତୁ ଏହି ମେସେଜ । ନହେଲେ ହେବେ ଠକେଇର ଶିକାର ।

ପ୍ରତିଦିନ ସକାଳ ୬ଟାବେଳେ ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ ହୋଇଥାଏ ।

641

କରୋନା ମହାମାରୀ ସମୟରେ ଲୋକଙ୍କ ଉପରେ ବଡ ପ୍ରଭାବ ପକାଇଛି ପେଟ୍ରୋସ-ଡିଜେଲ ଦର ବୃଦ୍ଧି । ତୈଳ ଦର ବୃଦ୍ଧି ହେବା କାରଣରୁ ଟ୍ରାନ୍ସପୋର୍ଟିଂ ଚାର୍ଜ ବଢୁଛି, ଯାହାଫଳରେ ଖାଦ୍ୟପଦାର୍ଥ ଏବଂ ଅନ୍ୟାନ୍ୟ ସାମଗ୍ରୀର ଦାମ୍ ମଧ୍ୟ ବୃଦ୍ଧି ପାଉଛି । କିନ୍ତୁ ଆପଣ ଜାଣନ୍ତି କି, ପେଟ୍ରୋଲ ଦର କେତେବେଳେ ବୃଦ୍ଧି ହୋଇଥାଏ ଏବଂ କେତେ ବେଳେ କମିଥାଏ ? ତେବେ ଆମେ ଆପଣଙ୍କୁ ଏଠାରେ ସୂଚେଇଦେବାକୁ ଚାହୁଁଛୁକି ପେଟ୍ରୋଲ ଦର ପ୍ରତିଦିନ ବଦଳିଥା । ଆଉ ପ୍ରତିଦିନର ମୂଲ୍ୟ ଜାଣିବା ପାଇଁ  ଆପଣଙ୍କୁ ଏକ ନମ୍ବରକୁ ମେସେଜ କରିବାକୁ ପଡିବ । ମେସେଜ କରିବା ମାତ୍ରେ ଆପଣଙ୍କ ସହରରେ ପେଟ୍ରୋଲ ଦର କେତେ ଅଛି ତାହା ଜାଣିପାରିବେ । 

ପ୍ରତିଦିନ ସକାଳ ୬ଟାବେଳେ ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ ହୋଇଥାଏ । ପେଟ୍ରୋଲ-ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଟ୍ୟାକ୍ସ ମିଶାଇ ଏହାର ଦାମ୍ ପାଖାପାଖି ୨ଗୁଣା ହୋଇଯାଏ । 

ତେବେ ଇଣ୍ଡିଆନ ଅଏଲ ୱେବସାଇଡ୍ ଅନୁଯାୟା, ଆପଣଙ୍କ ସହରରେ ପ୍ରତିଦିନ ପେଟ୍ରୋଲ-ଡିଜେଲ ଦର କେତେ ରହୁଛି ତାହା ଜାଣିବା ପାଇଁ ହେଲେ ଆପଣଙ୍କୁ ପ୍ରଥମେ ଆର.ଏସ.ପି ଏବଂ ଆପଣଙ୍କ ସହରର କୋଡ ଲେଖି ୯୨୨୪୯୯୨୨୪୯ କୁ ମେସେଜ ପଠାନ୍ତୁ । ଆଉ ମେସେଜ୍ ପଠେଇବା ମାତ୍ରେ ଆପଣଙ୍କ ସହରର ପେଟ୍ରୋଲ-ଡିଜେଲ ମୂଲ୍ୟ ଆପଣ ରିଟର୍ଣ୍ଣ ମେସେଜ ମାଧ୍ୟମରେ ପାଇପାରିବେ ।