ବାତ୍ୟା ବେଳେ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ନେଇ ପ୍ରଶ୍ନ କଲେ ବିଜେପି ନେତା ବିଷ୍ଣୁ ସେଠି : କହିଲେ ଏତେ ଲୋକଙ୍କୁ ସ୍ଥାନାନ୍ତର କରାଗଲା, ଏଯାଏଁ ଏମାନଙ୍କୁ ପକ୍କାଘର ମିଳିନାହିଁ କାହିଁକି ?

287

କନକ ବ୍ୟୁରୋ : ବାତ୍ୟା ୟାସ୍’ ଜନିତ କ୍ଷୟକ୍ଷତିକୁ ନେଇ ଆରମ୍ଭ ହୋଇଯାଇଛି ବୟାନବାଜି । ବାତ୍ୟା ବେଳେ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା ବିଷ୍ଣୁ ସେଠି । ସେ କହିଛନ୍ତି, ଇନ୍ଦିରା ଆବାସ ଠାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ୨୫ ହଜାର ଟଙ୍କା ଠାରୁ ଆରମ୍ଭ କରି ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯେଉଁ ସବୁ ଘର ହେଲା ସେସବୁ କୁଆଡେ ଗଲା । ଯଦି ପକ୍କା ଘର ହୋଇଛି ତେବେ ଏତେ ସଂଖ୍ୟାର ଲୋକେ କେମିତି ସ୍ଥାନାନ୍ତରିତ କରାଯାଉଛି । ସେ ପକ୍କା ଘର ସବୁ ଯାଉଛି କୁଆଡେ । ରାଜ୍ୟ ସରକାରଙ୍କ ପ୍ରତି ଏହା ଏକ ନୈତିକ ପ୍ରଶ୍ନ ଉଠୁଛି ବୋଲି କହିଛନ୍ତି ବିଜେପି ନେତା ବିଷ୍ଣୁ ସେଠୀ ।