କନକ ବ୍ୟୁରୋ: ଟ୍ୱିନସିଟିରେ ବରିଷ୍ଠ ନାଗରିକଙ୍କ ସମସ୍ୟାର ସମାଧାନ ପାଇଁ ଥାନାରେ ବସିବ ବୈଠକ । ପ୍ରତି ରବିବାର ଅପରାହ୍ନ ୪ଟାରୁ ୫ଟା ପର୍ଯ୍ୟନ୍ତ ଥାନାରେ ବୈଠକ ବସିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ । ଥାନା ଅଧିକାରୀଙ୍କ ପାଖରେ ବରିଷ୍ଠ ନାଗରିକ ତାଙ୍କର ସମସ୍ୟା କହିବେ ଓ ଥାନା ଅଧିକାରୀ ଏହାର ସମାଧାନ କରିବେ ।
ବରିଷ୍ଠ ନାଗରିକ ନିଜ ସୁରକ୍ଷା ପାଇଁ ସିସିଟିଭି ଲଗାଇବେ । ନିଜ ଘରେ ରଖୁଥିବା ଭଡ଼ାଟିଆ ଓ କର୍ମଚାରୀଙ୍କ ସମ୍ପର୍କରେ ପୋଲିସକୁ ଅବଗତ କରାଇବେ ବୋଲି ସୁଚନା ଦେଇଛନ୍ତି ପୋଲିସ କମିଶନର । ବିଶ୍ୱ ହୃଦୟ ଦିବସ ଉପଲକ୍ଷେ ବରିଷ୍ଠ ନାଗରିକଙ୍କର ଏକ ହେଲଥ୍ କ୍ୟାମ୍ପରେ ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ।
Follow Us
/kanak/media/post_attachments/wp-content/uploads/2019/09/Sudhansu-Sarangi-police-Commissioner--300x206.jpeg)