ସବୁ ଶନିବାର ସରକାରୀ ଅଫିସ୍‌ ଛୁଟି : ଭୁବନେଶ୍ୱର ଓ କଟକରେ ୫୦% କର୍ମଚାରୀଙ୍କୁ ନେଇ ଚାଲିବ ଅଫିସ୍

294

କନକ ବ୍ୟୁରୋ : ସେପ୍ଟେମ୍ବର ମାସରେ ପ୍ରତ୍ୟେକ ଶନିବାର ସରକାରୀ ଅଫିସ୍‌ ଛୁଟି ରହିବ। ବାକି ଦିନରେ ଭୁବନେଶ୍ୱର ଓ କଟକରେ ସମସ୍ତ ଅଫିସ୍‌ ଖୋଲା ରହିବ। ହେଲେ ୫୦% କର୍ମଚାରୀଙ୍କୁ ନେଇ କାମ ହେବ। ଗ୍ରୁପ୍‌ ଏ ଅଧିକାରୀମାନେ ଅଫିସ୍‌ ଆସିବା ସହ କେଉଁ ୫୦% କର୍ମଚାରୀ କେବେ ଆସିବେ ତାହା ଜଣାଇବେ। ଏହାବାଦ୍‌ ଏସ୍‌ଆରସି ଅଫିସ, ଓସ୍‌ଡମା, ପୁଲିସ, ଅଗ୍ନିଶମ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ପୌରସଂସ୍ଥା ଆଦି ସମସ୍ତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ ।

ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ଶାସନ ସଚିବ ଜାରି କରିଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଆସନ୍ତା ମାସକ ପାଇଁ ସମସ୍ତ ସରକାରୀ କର୍ମଚାରୀ ରୋଷ୍ଟର୍‌ ଆଧାରରେ ଅଫିସ ଆସିବେ। ଗ୍ରୁପ୍‌-ଏ ଅଧିକାରୀଙ୍କୁ ମିଶାଇ ସର୍ବମୋଟ୍‌ ୫୦% କର୍ମଚାରୀ ଅଫିସରେ ଉପସ୍ଥିତ ରହିବେ। କିନ୍ତୁ ଏସ୍‌ଆର୍‌ସି, ଓସ୍‌ଡମା, ପୁଲିସ୍‌ ଥାନା, ଅଗ୍ନିଶମ ସେବା, ସ୍ବାସ୍ଥ୍ୟ ସେବା, ମହାନଗନର ନିଗମ ଅଫିସଗୁଡ଼ିକରେ ଶତ ପ୍ରତିଶତ କର୍ମଚାରୀ ଅଫିସ୍‌ ଆସିବେ। ଯେଉଁ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଭିପିଏନ୍‌ ବ୍ୟବସ୍ଥା ଯୋଗାଇ ଦିଆଯାଇଛି, ସେସବୁ କର୍ମଚାରୀମାନେ ଘରୁ କାମ କରିପାରିବେ। ଅତ୍ୟାବଶ୍ୟକ ପଡ଼ିଲେ ସରକାରୀ କାର୍ଯ୍ୟ ପାଇଁ ସମ୍ପୃକ୍ତ କର୍ମଚାରୀଙ୍କୁ ଅଫିସ ଆସିବାକୁ ପଡ଼ିବ। ସେଥିପାଇଁ ସମସ୍ତ କର୍ମଚାରୀ ଟେଲିଫୋନ୍‌ ଓ ମୋବାଇଲ ଫୋନ୍‌ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଫିସ୍‌ ଆସୁଥିବା କର୍ମଚାରୀମାନେ କୋଭିଡ୍‌ ସଂକ୍ରମଣ ପ୍ରତିହତ ପାଇଁ ଥିବା ସମସ୍ତ ପ୍ରକାର ସତର୍କତା ନିୟମ ଅନୁପାଳନ କରିବାକୁ ପ୍ରମୁଖ ଶାସନ ସଚିବ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

Comments are closed.