ମହିଳା ହିଂସା ଘଟଣାକୁ ନେଇ ମିଳିତ ଜାତିସଂଘ ମୁଖ୍ୟଙ୍କ ବଡ ବୟାନ: କହିଲେ, ପ୍ରତି ମିନିଟରେ ଜଣେ ଲେଖାଏଁ ମହିଳା ପରିବାର, ପ୍ରେମିକ ଓ ଜୀବନସାଥୀଙ୍କ ନିର୍ଯାତନାର ହେଉଛନ୍ତି ଶିକାର

99

କନକ ବ୍ୟୁରୋ: ଦେଶ ଦୁନିଆରେ ମହିଳାଙ୍କ ପ୍ରତି ହିଂସା ବୃଦ୍ଧି ପାଉଥିବାବେଳେ ଏବେ ମିଳିତ ଜାତିସଂଘର ମୁଖ୍ୟ ଆଟୋଂନିଓ ଗୁଟରେସଙ୍କ ଏକ ବଡ ବୟାନ ସାମ୍ନାକୁ ଆସିଛି । ୟୁଏନ ମୁଖ୍ୟ କହିଛନ୍ତି ଯେ ପ୍ରତି ୧ ମିନିଟରେ ଜଣେ ମହିଳାଙ୍କୁ ତାଙ୍କ ପୁରୁଷ ବନ୍ଧୁ ବା ପରିବାର ଲୋକମାନେ ହତ୍ୟା କରୁଛନ୍ତି । ଯାହା ବେଶ ଚିନ୍ତାଜନକ । ଏଥିସହ ଗୁଟରେସ କହିଛନ୍ତି କି ମହିଳାଙ୍କ ପ୍ରତି ଏଭଳି ବୃଦ୍ଧି ପାଉଥିବା ହିଂସା ପୂରା ବିଶ୍ୱରେ ମାନବାଧିକାରକୁ ଉଲ୍ଲଂଘନ କରୁଛି । ୨୦୨୬ ସୁଦ୍ଧା ସମସ୍ତ ଦେଶର ସରକାର ନିଜର ମହିଳା ଅଧିକାର ସଂଗଠନ ଓ ଆନ୍ଦୋଳନ ପାଇଁ ପାଣ୍ଠିକୁ ୫୦ପ୍ରତିଶତ ବୃଦ୍ଧି କରିବା ପାଇଁ ଗୁଟରେସ ଅପିଲ କରିଛନ୍ତି । ୟୁଏନ ମୁଖ୍ୟ ଏକଥା ମଧ୍ୟ କହିଛନ୍ତି କି ଆଜିକାଲି ଅନଲାଇନ ହିଂସାର ସବୁଠୁ ଅଧିକ ଶିକାର ମହିଳା ହେଉଛନ୍ତି । ଏହା ପରେ ଆର୍ଥିକ ସମସ୍ୟା ମଧ୍ୟ ଅନ୍ୟତମ କାରଣ ରହିଛି । ଏଭଳି ଘଟଣା କେବଳ ନାରୀ ଜାତି ପାଇଁ ନୁହେଁ ବଂର ପୂରା ବିଶ୍ୱ ଓ ମାନବ ସମାଜ ଉପରେ ବଡ ପ୍ରଭାବ ପକାଇବା ଆଶଙ୍କା ରହିଛି । ଏହା ପୂର୍ବରୁ ମିଳିତ ଜାତିସଂଘର ଏକ ରିପୋର୍ଟ ସାମ୍ନାକୁ ଆସିଥିଲା । ଯେଉଁଥିରେ କୁହାଯାଇଥିଲା କି ମହିଳାଙ୍କ ପ୍ରତି ଘରୋଇ ହିଂସା ବେଶ ବୃଦ୍ଧି ପାଇଛି । ରିପୋର୍ଟରେ ଏକଥା ମଧ୍ୟ କୁହାଯାଇଥିଲା କି ବିଶ୍ୱସ୍ତରରେ ପ୍ରତ୍ୟେକ ୧୦ଜଣଙ୍କ ମଧ୍ୟରୁ ଏକରୁ ଅଧିକ ସଂଖ୍ୟକ ମହିଳା ଓ ୧୫ରୁ ୪୯ବର୍ଷର ମହିଳା ଗତ ଏକ ବର୍ଷ ଧରି ନିଜ ଜୀବନସାଥୀଙ୍କ ଠାରୁ ଶାରିରୀକ , ମାନସିକ ଏବଂ ଯୌନ ନିର୍ଯାତନା ଶିକାର ହେଉଛନ୍ତି ।