ପୁଅ ରାନ୍ଧିବାକୁ ମନା କଲେ ବାହା ହୁଅନି: ନିଜ ହାତରେ ଖଡା ସିଝୁନି, ଖାଇବା ବେଳେ ଖାଲି ଖୁଣ କାଢୁଛନ୍ତି । ଥରେ ରୋଷେଇ କରି ଦେଖ, ନାରୀର କଷ୍ଟ କଣ ଜାଣିବ...

Advertisment
ରାଜନୀତିରେ ‘ରୋଷେଇ’ ତାତି: ଯିଏ ଶିଖିଛି ସେ ସିପିଙ୍କ ସପକ୍ଷରେ ଯାଉଛି, ଯିଏ ଶିଖିନି ସିଏ ରାଜନୀତି ଛୁଙ୍କ ମାରୁଛି । ପ୍ରଶ୍ନ ଉଠୁଛି କିଏ କରିବ ରୋଷେଇ...?

କନକ ବ୍ୟୁରୋ: ଯିଏ ରୋଷେଇ ଜାଣିନି ତାକୁ ବାହା ହୁଅନି... ରୋଷେଇ ଆସୁନଥିବା, ରୋଷେଇ ଜାଣିନଥିବା କଥା କହୁଥିବା ପୁଅଙ୍କୁ ବାହା ନହେବାକୁ ଝିଅମାନଙ୍କୁ ସିଧାସିଧା ମନା କଲେ ସିପି । ବିଦେଶୀ ଢାଞ୍ଚାର ଉଦାହରଣ ଦେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି କି ଯଦି ବିଦେଶରେ ଜଣେ ସ୍ୱାବଲମ୍ବୀ ମହିଳା ଚାକିରି କରି ପରିବାର ପୋଷୁଛି ଆଉ ଠିକ ସେତିକି ବେଳେ ଘରେ ଥିବା ତାଙ୍କ ସ୍ୱାମୀ ରୋଷେଇ କରି ପରିବାରକୁ ଖାଇବାକୁ ଦେଇ ପାରୁଛି । ତାହାଲେ ଆମ ସମାଜରେ କଣ ପାଇଁ ଗ୍ରହଣୀୟ ନୁହେଁ ।

ପୁରୁଷଙ୍କ ପ୍ରକୃତି କଣ ସବୁବେଳେ ଖାଇବାର ଖୁଣ ବାହାର କରିବା । ଲୁଣ ହେଲାନି, ଭାତ ପେଜୁଆ ହେଲା, ରୁଟି ପୋଡି ଯାଇଛି ଏମିତି ଅନେକ କିଛି କଥା କହି ସ୍ତ୍ରୀର ଖୁଣ ବାହାର କରନ୍ତି । ନିଜ ହାତରେ ତ ଖଡା ସିଝିବନି ତେବେ କଣ ପାଇଁ ଆମେ ମହିଳାଙ୍କୁ ଦୋଷ ଦେବା । ପୁରୁଷମାନେ ରାନ୍ଧି ଜାଣନ୍ତୁ ତାହାଲେ ଯାଇ କଷ୍ଟ କଣ ଜାଣିବେ । ତେଣୁ ଯେଉଁ ପୁଅ ରାନ୍ଧି ଶିଖିନି କହୁଛି ତାକୁ ଝିଅମାନେ ସିଧା ବାହା ହେବାକୁ ମନା କରନ୍ତୁ ବୋଲି ସିପି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe