କନକ ବ୍ୟୁରୋ: ଯିଏ ରୋଷେଇ ଜାଣିନି ତାକୁ ବାହା ହୁଅନି... ରୋଷେଇ ଆସୁନଥିବା, ରୋଷେଇ ଜାଣିନଥିବା କଥା କହୁଥିବା ପୁଅଙ୍କୁ ବାହା ନହେବାକୁ ଝିଅମାନଙ୍କୁ ସିଧାସିଧା ମନା କଲେ ସିପି । ବିଦେଶୀ ଢାଞ୍ଚାର ଉଦାହରଣ ଦେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି କି ଯଦି ବିଦେଶରେ ଜଣେ ସ୍ୱାବଲମ୍ବୀ ମହିଳା ଚାକିରି କରି ପରିବାର ପୋଷୁଛି ଆଉ ଠିକ ସେତିକି ବେଳେ ଘରେ ଥିବା ତାଙ୍କ ସ୍ୱାମୀ ରୋଷେଇ କରି ପରିବାରକୁ ଖାଇବାକୁ ଦେଇ ପାରୁଛି । ତାହାଲେ ଆମ ସମାଜରେ କଣ ପାଇଁ ଗ୍ରହଣୀୟ ନୁହେଁ ।

Advertisment

ପୁରୁଷଙ୍କ ପ୍ରକୃତି କଣ ସବୁବେଳେ ଖାଇବାର ଖୁଣ ବାହାର କରିବା । ଲୁଣ ହେଲାନି, ଭାତ ପେଜୁଆ ହେଲା, ରୁଟି ପୋଡି ଯାଇଛି ଏମିତି ଅନେକ କିଛି କଥା କହି ସ୍ତ୍ରୀର ଖୁଣ ବାହାର କରନ୍ତି । ନିଜ ହାତରେ ତ ଖଡା ସିଝିବନି ତେବେ କଣ ପାଇଁ ଆମେ ମହିଳାଙ୍କୁ ଦୋଷ ଦେବା । ପୁରୁଷମାନେ ରାନ୍ଧି ଜାଣନ୍ତୁ ତାହାଲେ ଯାଇ କଷ୍ଟ କଣ ଜାଣିବେ । ତେଣୁ ଯେଉଁ ପୁଅ ରାନ୍ଧି ଶିଖିନି କହୁଛି ତାକୁ ଝିଅମାନେ ସିଧା ବାହା ହେବାକୁ ମନା କରନ୍ତୁ ବୋଲି ସିପି କହିଛନ୍ତି ।