କନକ ବ୍ୟୁରୋ : ପ୍ରତି ୧୫ଦିନରେ କୋଭିଡ ହସପିଟାଲରେ ହେବ ନିରାପତ୍ତା ଯାଂଚ । ଏଥିପାଇଁ ଫାୟାର ଅଡିଟ ମକଡିଲ କରିବାକୁ ସବୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ପ୍ରକାରର ଆପାତକାଳୀନ ସ୍ଥିତିକୁ ମୁକାବିଲା କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଏହି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି । କଟକରେ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ଏବେ ସରକାରଙ୍କ ଫୋକସରେ କାଭିଡ ହସ୍ପିଟାଲ ।
କୌଣସି ପ୍ରକାର ଦୁର୍ଘଟଣାକୁ ଏଡାଇବା ପାଇଁ ଆରମ୍ଭ ହୋଇଛି ଏଭଳି ସତର୍କତା । ଗତ ମଙ୍ଗଳବାର ଦିନ ଅଗ୍ନିଶମ ବିଭାଗ ପକ୍ଷରୁ ଏଭଳି ମକଡିଲ କରାଯାଇଥିଲା । ଡାକ୍ତରଖାନା କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା କିପରି ଜରୁରୀ ସ୍ଥିତିରେ ଏହାର ମୁକାବିଲା କରିବେ କର୍ମଚାରୀ ।