ବିକ୍ରି ହେବାକୁ ଯାଉଛି ବ୍ୟାଟେରୀର ନମ୍ବର ୧ କମ୍ପାନୀ, ଏଭରେଡି ପାଇଁ ଡକାଯାଇଛି ନିଲାମ

134

ବିଏମ୍ ଖୈତାନଙ୍କ ଫ୍ଲାଗଶିପ୍ କମ୍ପାନୀ ଏଭରେଡି କମ୍ପାନୀକୁ ବିକ୍ରି କରୁଛନ୍ତି । ଏଭରେଡି ୧୦୦ବର୍ଷରୁ ବି ଅଧିକ ପୁରୁଣା ବ୍ରାଣ୍ଡ ଅଟେ । ଏଭରେଡି ଡ୍ରାଇ ସେଲ ବ୍ୟାଟେରୀ ଓ ଫ୍ଲାଶଲାଇଟ୍ସ ସେକ୍ଟରର ସବୁଠାରୁ ବଡ କମ୍ପାନୀ । ଦେଶର ପୁରୁଣା କଂଜ୍ୟୁମର ବ୍ରାଣ୍ଡରେ ଏଭରେଡି ପାଇଁ ନିଲାମ ଡକାଯାଉଛି । ଏଭରେଡି ପ୍ରମୋଟର ବିଏମ୍ ଖୈତାନଙ୍କ ପାଖରେ ଏହାର ୪୫% ସେୟାର ଅଛି । କୁହାଯାଉଛି କି, ବିକ୍ରି ପ୍ରକ୍ରିୟାକୁ ପୁରା କରିବା ପାଇଁ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ଚୟନ କରିଛନ୍ତି ।

୧୯୦୫ରୁ ଏହା ଉପରେ ୟୁନିୟନ କାର୍ବାଇଡ୍ ଇଣ୍ଡିଆର ମାଲିକାନା ଅଧିକାର ଥିଲା । ଖୈତାନ ପରିବାର ୧୯୯୦ ଦଶକର ପ୍ରାରମ୍ଭରେ ଏହାକୁ ନିଜ ଅଧିକାରକୁ ନେବା ପାଇଁ ବମ୍ବେ ଡାଇଙ୍ଗର ନୁସ୍ଲି ୱାଡିୟାଙ୍କ ସହ ଲଢ଼େଇ କରିିଥିଲେ । ଏହି ସଂଘର୍ଷରେ ଖୈତାନ ପରିବାର ଜିତିଥିଲେ ଓ ୩୦୦ କୋଟି ଟଙ୍କାର ଏଭରେଡି ତାଙ୍କର ହୋଇଥିଲା । କିନ୍ତୁ ଏବେ ତାର ସେୟାର ପ୍ରାଇସ୍ ଗତ ବର୍ଷ ମୁକାବିଲାରେ ଅଧା ହୋଇଯାଇଛି । ସେଥିପାଇଁ ତାର ମାର୍କେଟ ଭେଲ୍ୟୁ ୧,୩୫୦ କୋଟି ଟଙ୍କା ହୋଇଯାଇଛି ।