ଆସନ୍ତାକାଲି ସନ୍ଧ୍ୟା ଦର୍ଶନ: ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ।

Advertisment
ଆସନ୍ତାକାଲି ସନ୍ଧ୍ୟା ଦର୍ଶନ: ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ।

କନକ ବ୍ୟୁରୋ: ନବଦିନାତ୍ମକ ଯାତ୍ରାରେ ଆସିଥିବା ଶ୍ରୀଜିଉ ଗୁଣ୍ଡିଚା ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିରରେ ପ୍ରବଳ ଗହଳି ଲାଗୁଛି । ଶୁକ୍ରବାର ଶ୍ରୀଜିଉଙ୍କ ବାହୁଡା ଯାତ୍ରା । ଭାଇଭଉଣୀଙ୍କୁ ସାଥିରେ ଧରି ଶ୍ରୀମନ୍ଦିରକୁ ବାହୁଡିବେ ଜଗତରନାଥ ଜଗନ୍ନାଥ । ଏଥିପାଇଁ ଆସନ୍ତାକାଲିଠୁ ପ୍ରକ୍ରିୟା ଆରମ୍ଭ ହେବ । କାଲି ସନ୍ଧ୍ୟା ଦର୍ଶନ ପରେ ବାହୁଡା ନୀତିକାନ୍ତି କରାଯିବ । ଏଥିପାଇଁ ଆସନ୍ତାକାଲି ସନ୍ଧ୍ୟା ୭ଟା ପରଠାରୁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ ।

publive-imageବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଆଶାଢ ଶୁକ୍ଲପକ୍ଷ ନବମୀ ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବହୁ ପ୍ରତୀକ୍ଷିତ ସନ୍ଧ୍ୟା ଦର୍ଶନ ଗୁରୁବାର ଅନୁଷ୍ଠିତ ହେବ। ଏହା ସନ୍ଧ୍ୟା ୭ଟା ଯାଏ ଅନୁଷ୍ଠିତ ହେବ। ଲକ୍ଷାଧିକ ଶ୍ରଦ୍ଧାଳୁ ଏହି ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି। କାରଣ ପୁଣି ବର୍ଷେ ପରେ ଏହି ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ଏହା ପରେ ଭକ୍ତ-ଶ୍ରଦ୍ଧାଳୁମାନେ ଆଡ଼ପ ମଣ୍ଡପରେ ଶ୍ରୀଜିଉ ମାନଙ୍କୁ ସନ୍ଧ୍ୟା ଦର୍ଶନ କରିପାରିବେ ନାହିଁ। ଆଡପ ସନ୍ଧ୍ୟା ଦର୍ଶନ ପରେ ପରେ ହେବ ବାହୁଡ଼ା ନୀତି ଆରମ୍ଭ ହୋଇଯିବ। ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ।

publive-imageଶରଧାବାଲିରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଦକ୍ଷିଣମୋଡ଼ ହୋଇସାରିଛି। ଗୁରୁବାର ସନ୍ଧ୍ୟା ଦର୍ଶନ ପରେ ଶୁକ୍ରବାର ବାହୁଡ଼ାଯାତ୍ରା ହେବ। ଏଥି ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ବାହୁଡ଼ା ଯାତ୍ରାରେ ଟ୍ରାଫିକ୍ ଶୃଙ୍ଖଳା ପାଇଁ ପ୍ରାୟ ୪୫ ପ୍ଲାଟୁନ ପୁଲିସ ମୁତୟନ ରହିବେ ବୋଲି ପୁରୀ ଏସ୍ପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe