ଆଜି ବି ପ୍ରଭାବ ଦେଖାଇବ ପଶ୍ଚିମାଝଡ଼, ଭିଜିବ ଓଡ଼ିଶା। ଘଡଘଡି ସହ ୪୦ରୁ ୫୦ କିଲୋମିଟର ବେଗରେ ବହିପାରେ ପବନ।

ଆଜି ବି ପ୍ରଭାବ ଦେଖାଇବ ପଶ୍ଚିମାଝଡ଼, ଭିଜିବ ଓଡ଼ିଶା। ଘଡଘଡି ସହ ୪୦ରୁ ୫୦ କିଲୋମିଟର ବେଗରେ ବହିପାରେ ପବନ।

କନକ ବ୍ୟୁରୋ: ଆଜି ଉପକୂଳ ଓଡ଼ିଶାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ତଥ ସଂଲଗ୍ନ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବା ବେଳେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବିଶେଷକରି ଭଦ୍ରକ, ବାଲେଶ୍ୱର, ଯାଜପୁର, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ଅନୁଗୁଳ ଆଦି ଜିଲ୍ଲାରେ ବିଜୁଳି, ଘଡଘଡି ସହ ବର୍ଷା ଝଡବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଭ ବିଭାଗ । ଏଥିପାଇଁ ଏସବୁ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଗତକାଲି ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା । ଉପକୂଳ ଓଡ଼ିଶା ସହ, କୋରାପୁଟ ଏବଂ ଭୁବନେଶ୍ୱର ରେ ମଧ୍ୟ ବର୍ଷାର ପ୍ରଭାବ ଦେଖିବାକୁ ମିଳିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe