ଆରବିଆଇ ଆଗରେ ଆଜି ବି ଲାଗିଛି ଲମ୍ବା ଲାଇନ୍ । ୨ ହଜାର ଟଙ୍କିଆ ନୋଟ୍ ବଦଳାଇବା ପାଇଁ ଧାଡ଼ି ଲଗାଇଛନ୍ତି ଲୋକେ

176

କନକ ବ୍ୟୁରୋ : ଆଜି ବି ଆରବିଆଇ ଆଗରେ ଲୋକଙ୍କ ଗହଳି । ୨ ହଜାର ଟଙ୍କିଆ ନୋଟ୍ ବଦଳାଇବା ପାଇଁ ସକାଳୁ ସକାଳୁ ଲାଗିଛି ଲମ୍ବା ଲାଇନ୍ । ଆଜି ବି ଆରବିଆଇ ଆଗରେ ଟଙ୍କା ବଦଳାଇବା ପାଇଁ ଭିଡ ଜମାଇଛନ୍ତି ଦିନ ମଜୁରିଆ । ୪ ଦିନ ହେବ ଏମାନେ ଆସି ଆରବିଆଇ ଆଗରେ ନୋଟ୍ ବଦଳାଇବା ପାଇଁ ଛିଡା ହେଉଛନ୍ତି । ଗତକାଲି ଇଡି ଓ ଇଓଡବ୍ଲୁ ଟିମ୍ ଯାଇ ଧାଡିରେ ଥିବା ଲୋକଙ୍କୁ ପଚରାଉଚରା କରିବା ସହ ସେମାନଙ୍କ ଆଧାର କାର୍ଡ ଯାଂଚ କରି ଫଟୋ ଉଠାଇଥିଲେ ।

ତେବେ ଏତେ ପରିମାଣରେ ୨ ହଜାର ଟଙ୍କିଆ ନୋଟ୍ କେଉଁଠୁ ଆସିଲା ତାକୁ ନେଇ ବଢିଛି ସନ୍ଦେହ । ଟଙ୍କା ବଦଳ କରିବାକୁ ଏମାନଙ୍କୁ ପଠାଉଛି କିଏ । ସନ୍ଦେହ ହେଉଛି ପୋଲିସ ନଜରରୁ ବଞ୍ଚିବା ପାଇଁ କଳା ଟଙ୍କାକୁ ଧଳା କରିବା ଉଦ୍ଦେଶ୍ୟରେ କିଛି ଦଲାଲଙ୍କୁ ନିୟୋଜିତ କରିଛନ୍ତି ଧନୀ ଶ୍ରେଣୀର ଲୋକ । ବ୍ୟାଙ୍କରେ ଟଙ୍କା ବଦଳ କଲେ କାଳେ ଧରାପଡିଯିବେ, ସେହି ଭୟରେ ସମୟ ସରିଯିବା ପରେ ସିଧା ଆରବିଆଇ ଶାଖାରେ ଲୋକଙ୍କୁ ଲଗାଇ ନିଜ କଳା ଟଙ୍କାକୁ ଧଳା କରିବାରେ ଲାଗିପଡିଛନ୍ତି ।