କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପରେ ୭ ରାଜ୍ୟରେ ୧୩ ବିଧାନସଭା ଆସନରେ ଉପନିର୍ବାଚନ ହୋଇଛି । ଆଜି ଏହାର ଗଣତି ଚାଲିଛି । ୧୩ ବିଧାନସଭା ଆସନରୁ ଅଧିକାଂଶ ଆସନରେ ଆଗରେ ରହିଛି ଇଣ୍ଡିଆ ମେଂଟ । ୧୧ଟି ଆସନରୁ ୯ଟିରେ ଇଣ୍ଡିଆ ମେଂଟ ପ୍ରାର୍ଥୀ ଆଗରେ ରହିଛନ୍ତି । ଯାହା କେନ୍ଦ୍ରର ଶାସକ ଦଳ ବିଜେପି ପାଇଁ ଗୋଟିଏ ବଡ ଘାଟା । ଲୋକସଭା ନିର୍ବାଚନରେ ବିଜେପିର ଆସନ ସଂଖ୍ୟା ପୂର୍ବ ତୁଳନାରେ କମିଛି । ଆଉ ଏହାରି ଭିତରେ ବିଧାନସଭା ଉପନିର୍ବାଚନରେ ମଧ୍ୟ ବିଜେପିକୁ ନିରୁତ୍ସାହିତ ହେବାକୁ ପଡିବ ବୋଲି ଗଣତିରୁ ଜଣାପଡିଛି । ହିମାଚଳ ପ୍ରଦେଶର ଡେରା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ କମଲେଶ ଠାକୁର ବିଜୟୀ ହୋଇଛନ୍ତି । କମଲେଶ ହେଉଛନ୍ତି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁଙ୍କ ପତ୍ନୀ । ପଞ୍ଜାବ ଜଳନ୍ଧର ପଶ୍ଚିମରୁ ବିଜୟୀ ହୋଇଛନ୍ତି ଆପ୍ ପ୍ରାର୍ଥୀ । ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ତାମିଲନାଡୁ ଓ ବିହାରରେ ମଧ୍ୟ ଭୋଟ୍ ଗଣତି ଚାଲିଛି । ବିହାରରେ ଶାସକ ଦଳ ଜେଡିୟୁ ପ୍ରାର୍ଥୀ, ବିରୋଧୀ ଆରଜେଡି ପ୍ରାର୍ଥୀଙ୍କୁ ପଛରେ ପକାଇଛନ୍ତି ସ୍ୱାଧୀନ ପ୍ରାର୍ଥୀ । ସେହିପରି ତାମିଲନାଡୁରେ ଡିଏମକେ ଏବଂ ପଶ୍ଚିମବଙ୍ଗରେ ଟିଏମସି ଆଗରେ ରହିଛି।