ସୁପ୍ରିମକୋର୍ଟଙ୍କ ରାୟ ! ସାର୍ବଜନୀନ ସ୍ଥଳରେ ବ୍ୟକ୍ତିଗତ ବାହନ ଠିଆ ହୋଇଥିଲେ ମଧ୍ୟ ଏହାକୁ ସାର୍ବଜନୀନ ସ୍ଥଳ ବୋଲି ହିଁ ମନାଯିବ ।

173

ବିହାରରେ ଯଦି ଆପଣ ସାର୍ବଜନୀନ ସ୍ଥଳରେ ଗାଡି ରଖି ସିଗାରେଟ୍ କିମ୍ବା ମଦ୍ୟପାନ କରୁଛନ୍ତି ଏବଂ କେହି ଏହା ଉପରେ ଆପତ୍ତି କଲେ ସେଠାରେ ଆପଣ ତାଙ୍କୁ କିଛି କହିପାରିବେ ନାହିଁ । କାରଣ ଉକ୍ତ ସ୍ଥାନରେ ଆପଣଙ୍କ ବ୍ୟକ୍ତିଗତ ଗାଡି ଥିଲେ ମଧ୍ୟ ତାହାକୁ ସାର୍ବଜନୀନ ସ୍ଥଳ ହିଁ ମନାଯିବ । ସୁପ୍ରିମକୋର୍ଟ ବିହାର ଏକ୍ସରସାଇଜ୍ ଆକ୍ଟ ଅନୁସାରେ ଆସୁଥିବା ଯାଚିକାକୁ ଖାରଜ କରି ଏହି ମାମଲାରେ ସ୍ଥିତି ସ୍ପଷ୍ଟ କରିଛନ୍ତି ।


ବ୍ୟକ୍ତିଗତ ବାହନରେ ବିନା ଅନୁମତିରେ କେହି ପ୍ରବେଶ କରିପାରିବେ ନାହିଁ । ବାହନରେ ବସିଥିôବା ଲୋକ ହିଁ ଅନ୍ୟ ବ୍ୟକ୍ତିଙ୍କୁ ଏଥିରେ ପ୍ରବେଶ କରିବା ପାଇଁ ଅନୁମତି ଦେଇପାରିବେ କିନ୍ତୁ ଯଦି ସାର୍ବଜନୀନ ସ୍ଥଳରେ ବାହନ ଠିଆ ହୋଇଛି ତେବେ ଉକ୍ତ ସ୍ଥଳକୁ ମଧ୍ୟ ସାର୍ବଜନୀନ ବୋଲି ହିଁ କୁହାଯିବ ।