ପଦ୍ମପୁରରୁ ଆସିଲା ବିକ୍ଷୋଭର ନିଆରା ଚିତ୍ର : ଫସଲବୀମା ପାଇଁ ବିରୋଧ ବେଳେ ଚାଷୀ ଆପଣାଇଲେ ସାମାଜିକ ଦୂରତା; ରାସ୍ତା ଉପରେ ଦିଆଯାଇଥିବା ଗୋଲେଇ ଦାଗରେ ବସି କରୁଛନ୍ତି ନାରାବାଜି

205

କନକ ବ୍ୟୁରୋ : କରୋନା କାଳରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ବିରୋଧର ଚିତ୍ର । ହେଲେ ଏ ଚିତ୍ର ଦେଖିଲେ ଆପଣ ଟିକେ ଚିନ୍ତା କରିବେ । ଫସଲ ବୀମା ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ବିରୋଧ କରି କରିଛନ୍ତି ରାସ୍ତାରୋକ୍, ଚାଲିଛି ଧାରଣା । ହେଲେ ସବୁ କିଛି କରାଯାଉଛି ସାମାଜିକ ଦୂରତା ରକ୍ଷା କରି । ବିରୋଧ ଭିତରେ ଯେପରି କେହି ସାମାଜିକ ଦୂରତା ରକ୍ଷା ନିୟମକୁ ଭଂଗ ନକରିବେ ସେଥିପ୍ରତି ସମସ୍ତେ ଧ୍ୟାନ ଦେଇଛନ୍ତି ।

ଏଥିପାଇଁ ରାସ୍ତା ଉପରେ ଓ ଧାରଣା ସ୍ଥଳରେ ଦିଆଯାଇଛି ଗୋଲେଇ ଦାଗ । ବିରୋଧରେ ସାମିଲ ହୋଇଥିବା ସମସ୍ତ ଚାଷୀ ଏହି ଗୋଲେଇ ଦାଗ ଭିତରେ ବସି କରୁଛନ୍ତି ନାରାବାଜି । ଫସଲ ବୀମା ଦାବିରେ ଚାଷୀ ଧାରଣାକୁ ଓହ୍ଲାଇଥିବା ଜଣାପଡିଛି ।