କନକ ବ୍ୟୁରୋ: ମୌସୁମୀ ଓଡ଼ିଶା ଛୁଇଁବା ପରେ ବି ଏଯାଏଁ ହୋଇପାରୁନି ସକ୍ରିୟ । ରାଜ୍ୟରେ ତାତି ବଢିବା ସହ ଗୁଳୁଗୁଳି ବି ବଢୁଛି । ତାତି ସହ ଗୁଳୁଗୁଳି ରାଜ୍ୟରେ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଲାଣି । ଆଭ୍ୟନ୍ତରୀଣ ଅଂଚଳ ସହ ଉପକୂଳରେ ସର୍ବାଧିକ ଗୁଳୁଗୁଳି ଅନୁଭୂତ ହେଉଛି । ଗତକାଲି ନୂଆପଡ଼ାରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ କରାଯାଇଛି । ଏହା ସହ ୯ଟି ସହରର ତାପାମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଉପକୂଳ ଓ ଆଭ୍ୟନ୍ତରୀଣ କେତେକ ଜିଲ୍ଲାରେ ୨୦ ତାରିଖ ପର୍ଯ୍ୟନ୍ତ ଏଭଳି ଗୁଳୁଗୁଳି ଲାଗି ରହିପାରେ । ଏଥିପାଇଁ ବଲାଙ୍ଗୀର, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।
୧୯ରୁ ୨୦ ତାରିଖ ଭିତରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଚଳିତ ଥର ଗୋଟିଏ ସ୍ଥାନରେ ମୌସୁମୀ ବାୟୁ ଦୀର୍ଘ ସମୟ ସ୍ଥିର ରହିବା ଯୋଗୁଁ ଅସ୍ୱାଭାବିକ ଜୟବାୟୁ ସ୍ଥିତି ଦେଖିବାକୁ ମିଳୁଛି । ଗ୍ରୀଷ୍ମ ପ୍ରଭାବ ଜାରି ରହିଛି, ଉଷ୍ମ ଆର୍ଦ୍ର ସ୍ଥିତି ଲାଗି ରହିଛି ଓ ରାତିରେ ମଧ୍ୟ ଗରମ ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/06/s-2.jpg)