କନକବ୍ୟୁରୋ: ସରିଛି ନିର୍ବାଚନ । ଏବେ ଜୁନ ୪ ତାରିଖ ଜନାଦେଶକୁ ଅପେକ୍ଷା । ତେବେ ନିର୍ବାଚନ କଣ କରୁଛନ୍ତି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳିର ବିଜେପି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ଡମ୍ବରୁ ଶିଶା । ସକାଳୁ ଉଠିଲେ ବଜାରଘାଟ ପରେ ଲୋକଙ୍କ ସହିତ ଯୋଡି ହେଉଛନ୍ତି । ଡମ୍ବରୁ ଶିଶା ଜଣେ ଉଚ୍ଚ ଶିକ୍ଷିତ ପ୍ରଥମ ଆଦିମ ଜନଜାତି ପୂର୍ବତନ ବିଧାୟକ । ୨୦୧୯ରେ ବିଜେଡିରୁ ନିର୍ବାଚନ ଲଢିଥିଲେ । ତେବେ ୨୪ରେ ବିଜେଡି ଟିକେଟ୍ ନମିଳିବାରୁ ବିଜେପିରେ ସାମିଲ ହୋଇ, ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଛନ୍ତି ।
ଭୋଟ ସରିଛି କିନ୍ତୁ ଜନତାଙ୍କୁ ଭେଟିବା ଛାଡିନାହାନ୍ତି ନେତା । ନିର୍ବାଚନ ପରେ ବି ହାଟ ବଜାର ବୁଲି ଲୋକଙ୍କ ସହ ଆଲୋଚନା କରୁଛନ୍ତି ।
/kanak/media/post_attachments/wp-content/uploads/2024/05/23-21.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)