ଗାଁ ଗହଳିର ଲୋକଙ୍କୁ ମିଳୁନି ସାଧାରଣ ସ୍ୱାସ୍ଥ୍ୟସେବା : ରାସ୍ତା ଅଭାବରୁ ଆସିପାରିଲାନି ଆମ୍ବୁଲାନ୍ସ; ଖଟିଆରେ ବୁହାହେଲେ ପ୍ରସୂତି

76

କନକ ବ୍ୟୁରୋ : ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଚିତ୍ର । ଗାଁକୁ ରାସ୍ତା ନଥିବାରୁ ପ୍ରସୂତିଙ୍କ ପାଖରେ ପହଂଚି ପାରିଲାନି ଆମ୍ବୁଲାନ୍ସ । ୨ କିଲୋମିଟର ରାସ୍ତା ଖଟିଆରେ ବୁହାହୋଇ ଆମ୍ବୁଲାନ୍ସକୁ ନେବା ବେଳେ ରାସ୍ତାରେ ପ୍ରସବ କଲେ ଗର୍ଭବତୀ । ମୟୂରଭଂଜ ଜିଲ୍ଲା ଯଶୀପୁର ବ୍ଲକ କାଶିପାଳ ଗାଁରେ ପକ୍କା ସଡ଼କ ନଥିବାରୁ ସଠିକ ସମୟରେ ଡାକ୍ତରଖାନାରେ ପହଂଚି ପାରିନଥିଲେ ପ୍ରସୂତୀ ।

ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ରାସ୍ତା ଖରାପ ପାଇଁ ଆମ୍ବୁଲାନ୍ସ ଅଧା ବାଟରେ ଅଟକି ଯାଇଥିଲା । ବର୍ଷାରେ ୨ କିଲୋମିଟର ବାଟ ଖଟିଆରେ ବୋହି ନେବା ସମୟରେ ଅଧା ରାସ୍ତାରେ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ପରେ ତାଙ୍କୁ ଯଶୀପୁର ହସ୍ପିଟାଲରେ ଭର୍ତି କରାଯାଇଥିଲା । ଉଭୟ ମା ଓ ନବଜାତ ଶିଶୁ ସୁସ୍ଥ ଥିବା ସୂଚନା ରହିଛି ।