କନକ ବ୍ୟୁରୋ: ଭଙ୍ଗା କୁଡିଆରେ ଦୟନୀୟ ଜୀବନ ବିତାଉଛନ୍ତି ଦିବ୍ୟାଙ୍ଗ ଯୁବକ ଭଙ୍ଗା କୁଡିଆରେ ଦୟନୀୟ ଜୀବନ ବିତାଉଛନ୍ତି ଦିବ୍ୟାଙ୍ଗ ଯୁବକ,ସରକାରୀ ସହାୟତା ନଥିବାରୁ ପରିବାର ପ୍ରତିପୋଷଣ କରିବା ପାଇଁ କରୁଛନ୍ତି ସଂଘର୍ଷ । କଥାରେ ଅଛି ଆତ୍ମ ବିଶ୍ୱାସ ଥିଲେ ପଙ୍ଗୁ ବି ପର୍ବତ ଶିଖରରେ ପହଞ୍ଚି ପାରିବ,ଯାହା କରି ଦେଖାଇଛନ୍ତି ସିଂଲା ଗ୍ରାମର ପ୍ରଭାକର ରାଉଳ,ଦୁଇଟି ଗୋଡ ଅକାମୀ ହୋଇଥିଲେ ମଧ୍ୟ କାହାରି ଉପରେ ବୋଝ ହୋଇ ନାହାନ୍ତି,ନିଜର କଷ୍ଟକୁ ସହି ଗାଁ ଛକରେ ଏକ ଦୋକାନ କରି ପରିବାର ଚଳାଉଛନ୍ତି,ଦେଖନ୍ତୁ ପ୍ରଭାକରଙ୍କ ସଂଘର୍ଷର କାହାଣୀ ।

Advertisment

ନିଜର ଇଚ୍ଛା ଥିଲେ ଅସମ୍ଭବ ବି ସମ୍ଭବ ହୋଇପାରେ । ଯାହା ପ୍ରମାଣ କରିଦେଖାଇଛନ୍ତି ଜଣେ ଦିବ୍ୟାଙ୍ଗ ଯୁବକ । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ସିଂଲା ଗ୍ରାମର ପୁର୍ଣ୍ଣଚନ୍ଦ୍ର ରାଉଳଙ୍କ ମଝିଆଁ ପୁଅ ପ୍ରଭାକର ରାଉଳ । ପିଲାଟି ଦିନରୁ ଭଲ ପଠ ପଢୁଥିଲେ । ସ୍ଥାନୀୟ ସ୍କୁଲରେ ଜଣେ ମେଧାବୀ ଛାତ୍ର ଥିଲେ । ପରିବାରର ଅନଟନ ଭିତରେ ବି ଉଚ୍ଚ ଶିିକ୍ଷା ସହ ବଡ ମଣିଷ ହେବାର ଲକ୍ଷ୍ୟ ଥିଲା । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ପ୍ରଥମେ ଗୋଡ ଯନ୍ତ୍ରଣା ହେଲା ଆଉ ତାପରେ ପରେ ଗୋଡ ଦୁଇଟି ଅକାମୀ ହୋଇଗଲା । ଅର୍ଥ ଅଭାବରୁ ଅଧିକ ଚିକିତ୍ସା ହୋଇପାରିଲାନି । ହେଲେ ବି ସେଥିରେ ବି ହାର୍ ମାନିନାହାନ୍ତି । କିଛି ପିଲାଙ୍କୁ ଟ୍ୟୁସନ କରି ଯାହା କିଛି ରୋଜଗାର କଲେ ସେହି ପଇସାରେ ଗାଁ ଛକରେ ଏକ ଦୋକାନ କରି କଷ୍ଟେମଷ୍ଟେ ପରିବାର ଚଳାଉଛନ୍ତି । ଦୋକାନ ପର୍ଯ୍ୟନ୍ତ ଯିବା ପାଇଁ ଘୁଷୁରି ଘୁଷୁରି ଯାଇଥାନ୍ତି । ନିଜ ଅକ୍ଷମତା ଯୋଗୁ କେବେ ବି ଭାଙ୍ଗି ପଡିନାହାନ୍ତି ପ୍ରଭାକର । ନିଜ ଖର୍ଚ୍ଚ ତୁଲାଇବା ସହ ପରିବାର ଚଳାଉଛନ୍ତି ।

ପ୍ରଭାକରଙ୍କ ସ୍ୱଳ୍ପ ରୋଜଗାରରେ ପରିବାର ଯେନତେନ ପ୍ରକାରରେ ଚଳି ଯାଉଥିଲା । ହେଲେ ଏବେ ତାଙ୍କର ବାପା ମଧ୍ୟ ଶଯ୍ୟାଶାୟୀ, ହୋଇପଡିଛନ୍ତି । ଯାହାଫଳରେ ପରିବାର ଚଳାଇବା ସହ ଚିକିତ୍ସା କରିବା ତାଙ୍କ ପାଇଁ କଷ୍ଟକର ହୋଇପଡିଛି । ଏହିପରି ସ୍ଥଳେ ପ୍ରଭାକରଙ୍କୁ କିଛି ସାହାଯ୍ୟ ସହଯୋଗ ଯୋଗାଇବାକୁ ପରିବାର ଅନୁରୋଧ କରିଛନ୍ତି । ଖାଲି ସେତିକି ନୁହେଁ ଘର ଖଣ୍ଡିଏ ନଥିବାରୁ ଭଙ୍ଗା ଦଦରା ଘରେ ବିତୁଛି ଜୀବନ । ଘର ହେଉ ତିନି ଚକିଆ ସାଇକେଲ ଖଣ୍ଡିଏ ହେଉ । ବହୁବାର ପ୍ରଶାସନ ପର୍ଯ୍ୟନ୍ତ ଯେତେ ଗୁହାରି କଲେ ମଧ୍ୟ କେହି ଶୁଣୁନାହାନ୍ତି । ଏବେ ବି କିଛି ସାହାଯ୍ୟ ଅପେକ୍ଷାରେରହିଛନ୍ତି ପ୍ରଭାକରଙ୍କ ପରିବାର । ତେବେ ଯଦି କୌଣସି ସହୃଦୟ ବ୍ୟକ୍ତି ସହଯୋଗ କରିବାକୁ ଚାହାନ୍ତି ଏହି ଠିକଣାରେ ଯୋଗାଯୋଗ କରିପାରିବେ ।
ପ୍ରଭାକର ରାଉଳ

STATE BANK OF INDIA

BRANCH-MUKULISI

A/C-31901812421

IFSC-SBIN0009820

PHONE PAY-8104320064

MOB-9668488184

ନିଜ ଅକ୍ଷମତାକୁ ଭୁଲି ପରିବାର ପାଇଁ ସଂଘର୍ଷ କରୁଥିବା ପ୍ରଭାକରଙ୍କୁ ସରକାରୀ ସହାୟତା ଯୋଗାଯାଇପାରିଲେ ତାଙ୍କର ଚିକିତ୍ସା ସହ ସ୍ଥିତିରେ ସୁଧାର ଆସିପାରିବ ।