ବହୁ ଚର୍ଚ୍ଚିତ ପିହୁ ନିଖୋଜ ଘଟଣା । ସାଢେ ଚାରି ବର୍ଷ ପରେ ବି ମିଳୁନି ଝିଅର ଠିକଣା । ଭୋଟ ବର୍ଜନର ଚେତାବନୀ ଦେଲେ ପରିବାର ଲୋକେ ।

278

କନକବ୍ୟୁରୋ :ସାଢେ ଚାରି ବର୍ଷ ପରେ ବି ମିଳୁନି ଝିଅର ଠିକଣା, ଭୋଟ ବର୍ଜନର ଚେତାବନୀ ଦେଲେ ପରିବାର ଲୋକ । ରାଜ୍ୟର ବହୁ ଚର୍ଚ୍ଚିତ ପିହୁ ନିଖୋଜ ଘଟଣାରେ ଭୋଟ ଦାନ ପ୍ରକ୍ରିୟାରୁ ଦୂରେଇ ରହିବାକୁ ନିଷ୍ପତି ନେଇଥିବା କହିଛନ୍ତି ପିହୁର ମା ମୋନାଲିସା ନାୟକ । ୨୦୨୦ ମସିହା ଅଗଷ୍ଟ ୯ ତାରିଖରେ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ନିଖୋଜ ହୋଇଥିଲା ପିହୁ । ସାଢେ ୪ ବର୍ଷ ହେବ ଝିଅର ପତା ମିଳୁନଥିବା ବେଳେ ଏଥିପାଇଁ ସରକାର ଓ ପୋଲିସ ବିଭାଗର ଉଦାସୀନତା ଦାୟୀ ।

ବର୍ଷ ବର୍ଷ ଧରି ସରକାରୀ ଅଫିସରୁ ନେଇ ଥାନାକୁ ଦୌଡି ଦୌଡି ନୟାନ୍ତ ହେଲେ ମଧ୍ୟ କେହି ବି ଅଭିଯୋଗ ଶୁଣିନାହାଁନ୍ତି । ତେଣୁ ଜୁନ ୧ରେ ଅନୁଷ୍ଠିତ ହେବାକୁ ଥିବା ଭୋଟଦାନ ପ୍ରକ୍ରିୟାରୁ ବିରତ ରହିବାକୁ ପିହୁର ମା କହିିଛନ୍ତି । ଏନେଇ ସେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ଯାଜପୁର ଜିଲ୍ଲାପାଳ ଓ ସ୍ଥାନୀୟ ତହସିଲଦାରଙ୍କୁ ଇମେଲ ଜରିଆରେ ଅବଗତ କରାଇଥିବା କହିଛନ୍ତି ।