କନକ ବ୍ୟୁରୋ: ଆଉ କେତେ କଷ୍ଟ ହେଲେ ଲୋକେ ବୁଝିବେ । ମହାମାରୀ ଆଉ କେତେ ମୁଣ୍ଡ ନେଲେ ଗଂଜାମରେ ଲୋକେ ସଚେତନ ହେବେ । ପ୍ରଶାସନ ପକ୍ଷରୁ ବାରମ୍ବାର ଭୋଜି ବନ୍ଦ କରାଯାଉଥିଲେ ବି ଲୋକେ ଚେତୁ ନାହାନ୍ତି । ଆଜି ପୁଣି ଏକ ଭୋଜିକୁ ବନ୍ଦ କରିଛି ପ୍ରଶାସନ । ଗଞ୍ଜାମ ଜିଲ୍ଲା ପୋଲସରା ଅନ୍ତର୍ଗତ ତେନ୍ତୁଳିଆରେ ଚଲିଥିବା ଭୋଜିକୁ ବନ୍ଦ କରିଛି ପ୍ରଶାସନ ।
ଗତବର୍ଷ କରୋନା ସମୟରେ ବାପା ଚାଲିଯାଇ ଥିବା ବେଳେ ଆଜି ଶ୍ରାଧବାର୍ଷକ ଥିବାରୁ ଭୋଜିର ଆୟୋଜନ ହୋଇଥିଲା । ଭୋଜି ରୋଷେଇ ଚାଲିଥିବା ବେଳେ ପୋଲସରା ତହସିଲଦାର ଦିଲ୍ଲିପ କୁମାର ନାୟକ , ଥାନା ଅଧିକାରି ଘଟଣାସ୍ଥଳରେ ପହଂଚି ରୋଷେଇ ବନ୍ଦ କରିବା ସହ ରୋଷେଇ ହୋଇଥିବା ଖାଦ୍ୟକୁ ବାଂଟି ଦେବା ପାଈଁ କହିଥିଲେ । ଆମାନିଆ ହୋଇ ଭୋଜି ଆୟୋଜନ କରି କରୋନା କଟକଣା ଭାଙ୍ଗିଥିବାରୁ ଜରିମନା ଆଦାୟ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/9cf117f1-cd7c-4808-b88a-4c5e854bd65d.jpg)