ଜ୍ୱର, ଥଣ୍ଡା ପରେ ବି ଛାଡୁନି କାଶ । ବଦଳୁଥିବା ପାଗ ପାଇଁ ବଢୁଛି ରୋଗ!

Advertisment
ଜ୍ୱର, ଥଣ୍ଡା ପରେ ବି ଛାଡୁନି କାଶ । ବଦଳୁଥିବା ପାଗ ପାଇଁ ବଢୁଛି ରୋଗ!

କନକ ବ୍ୟୁରୋ : ଋତୁ ବଦଳୁଥିବାରୁ, ଲୋକଙ୍କୁ ଥଣ୍ଡା ଜ୍ୱର ହେଉଛି । ଏପରିକି ଜ୍ୱର କମିଯିବା ପରେ ମଧ୍ୟ ଖଣ୍ଡିକାଶ ଦୀର୍ଘ ଦିନ ଲାଗି ରହୁଛି । ବିଭିନ୍ନ ଚିକିତ୍ସା ପଦ୍ଧତି ଆପଣେଇଲେ ମଧ୍ୟ କମୁ ନାହିଁ  । ଏବେ ସାରା ରାଜ୍ୟରେ ଏଭଳି ଲକ୍ଷଣ ଥିବା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆସନ୍ତୁ ଦେଖିବା ଲୋକଙ୍କ ଠାରେ କଣ ଲକ୍ଷଣ ସବୁ ଦେଖା ଯାଉଛି ।
କ’ଣ ଦେଖା ଯାଉଛି ଲକ୍ଷଣ?
ଲହରା କାଶ ହେଉଛି
ଦୀର୍ଘ ଦିନ ଧରି କାଶ ଲାଗି ରହୁଛି
ଗଳା ଦରଜ ପରି ସମସ୍ୟା ଭୋଗୁଛନ୍ତି
ଏହା ଏକ ସାଧାରଣ ରୋଗ, ଏହାକୁ ନେଇ ବ୍ୟସ୍ତବିବ୍ରତ ନହେବାକୁ ପରାମର୍ଶ ଦେଇଛନ୍ତି ବରିଷ୍ଠ ଚିକିତ୍ସକ ।

ଋତୁ ପରିବର୍ତନ ସହ ଇନଫ୍ଲୁଏନଞ୍ଜା ସଂକ୍ରମଣ ଯୋଗୁଁ ଲୋକଙ୍କୁ କାଶ ଧରୁଛି । ଏହାଛଡା ଏଚୱାନ ଏନୱାନ, ଏଚୱାନ ଏନ-୩ ଭୂତାଣୁ ପାଇଁ ମଧ୍ୟ ଏଭଳି ସଂକ୍ରମଣ ହେଉଥିବା ବିଶେଷଜ୍ଞ ସନ୍ଦେହ କରୁଛନ୍ତି । ତେବେ ଦୀର୍ଘଦିନ ଲାଗିରହୁଥିବା କାଶରୁ ମୁକ୍ତି ପାଇବା ପାଇଁ ପ୍ରଥମେ ଘରୋଇ ଚିକିତ୍ସା କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।
କାଶ ଲକ୍ଷଣ ଦେଖା ଦେଲେ କ’ଣ କରିବେ?
ଉଷୁମ ପାଣିରେ ଲୁଣ ମିଶାଇ ଗାର୍ଗଲିଂ କରନ୍ତୁ
ନାଜାଲ ଡ୍ରପ ବ୍ୟବହାର କରିପାରିବେ
କଫ୍ ସିରଫ ମଧ୍ୟ ନେଇପାରିବେ
ମାସେରୁ ଅଧିକ ସମୟ କାଶ ହେଲେ ଡାକ୍ତରଙ୍କୁ ଦେଖାଇ ଔଷଧ ନିଅନ୍ତୁ

ଚଳିତ ବର୍ଷ ସ୍କ୍ରବ ଟାଇଫସ, ଡେଙ୍ଗୁ ଭଳି ସଂକ୍ରାମକ ରୋଗ ଆତଙ୍କ ଖେଳାଇଥିଲା । ଏବେ ପୁଣି ଦୀର୍ଘ ସମୟ ଧରି କାଶ ଲାଗି ରହିବା ଲୋକଙ୍କୁ ଚିନ୍ତାରେ ପକାଇ ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe